27.1 C
Bhubaneswar
Thursday, October 17, 2024
Homeଅପରାଧଷ୍ଟିଲ୍‌ସିଟିରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ କଲେ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ

ଷ୍ଟିଲ୍‌ସିଟିରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ କଲେ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ପୁଣି ଲଜ୍ଜା । କିଛିଦିନର ବ୍ୟବଧାନ ପରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଯୌନ ରାକ୍ଷସ ଆଉ କିଏ ନୁହେଁ, ବରଂ ଖୋଦ୍ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ । ଏ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଛି ଷ୍ଟିଲ୍‌ସିଟି । ଅନ୍ୟପଟେ ଅଭିଯୁକ୍ତ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଗିରଫ କରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସୂଚନା ଅନୁସାରେ, ସିଭିଲ ଟାଉନସିପ୍‌?ରେ ରହୁଥିବା ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ ବୃତ୍ତିରେ ଜଣେ ବ୍ୟବସାୟ । ପୀଡ଼ିତାଙ୍କ ବାପା ଏବଂ ରାଜନ ଦୁହେଁ ବନ୍ଧୁ ।

ଉଭୟ ପରିବାର ଭିତରେ ରହିଥିଲା ନିବିଡ଼ ସମ୍ପର୍କ । ହେଲେ ଏଥିରେ କଳଙ୍କ ବୋଳିଛନ୍ତି ରାଜନ । ବନ୍ଧୁଙ୍କ ଝିଅକୁ ପ୍ରଲୋଭିତ କରି ବର୍ଷାଧିକ ହେଲା ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏ ସମ୍ପର୍କରେ ଟେର୍‌ପାଇ ନ ଥିଲେ ଘର ଲୋକେ । ଗତ ସେପ୍ଟେମ୍ବରରେ ନାବାଳିକା ରଚିଥିବା ଅପହରଣ ନାଟକ ସବୁ ଗୁମର ଖୋଲି ଦେଇଥିଲା । ପୁଲିସ୍ ଏହି ଘଟଣାର ଖୋଳତାଡ଼ କରିବା ବେଳେ ସତ ପଦାକୁ ଆସିଥିଲା । ଝିଅ ବଳାତ୍କାରର ଶିକାର ହୋଇଥିବା ପରିବାର ଲୋକ ଜାଣିପାରିଥିଲେ । ଶୁକ୍ରବାର ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟ ରାଜନଙ୍କ ଘରେ ପହଞ୍ଚି ପାଟିତୁଣ୍ଡ କରିଥିଲେ ।

ଶନିବାର ନାବାଳିକାଙ୍କ ଅଭିଯୋଗ ଆଧାରରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା ସରିଛି । ସୋମବାର ବୟାନ ରେକର୍ଡ କରାଯିବ ବୋଲି ପୁଲିସ୍ କହିଛି । ଅନ୍ୟପଟେ ରାଜନ ଦିଲ୍ଲୀରେ ରହୁଥିବାବେଳେ ତାଙ୍କ ପରିବାର ସଦସ୍ୟ ସିଭିଲ ଟାଉନସିପ୍‌ରେ ରହୁଛନ୍ତି । ଅଭିଯୁକ୍ତକୁ ଥାନାକୁ ଡକାଯାଇଛି । ଯଦି ସେ ହାଜର ନ ହୁଅନ୍ତି ତେବେ, ପୁଲିସ୍ ଟିମ୍ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିବ ବୋଲି ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ ନାବାଳିକା ଜଣକ ସାଙ୍ଗଙ୍କ ଘରକୁ ଯିବାକୁ କହିଥିଲେ । ସେ ରାସ୍ତାରେ ଓହ୍ଲାଇ ପୁରୁଷବନ୍ଧୁଙ୍କ ସହ ମିଶି ଅପହରଣ ନାଟକ କରିଥିଲେ । ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ଗିରଫ ହୋଇଛନ୍ତି । ନାବାଳିକାଙ୍କୁ ପୁଲିସ୍ ଡାକ୍ତରୀମାଇନା ପାଇଁ ପଠାଇଥିଲା । ଡାକ୍ତରୀ ପରୀକ୍ଷାରୁ ସେ ବଳାତ୍କାର ଶିକାର ହୋଇଥିବା ଜଣାପଡ଼ିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ରାଜନଙ୍କ କାରନାମା ପଦାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking