26.1 C
Bhubaneswar
Saturday, March 14, 2026
Homeଓଡିଶାଶାମ୍ଭବୀ - ୨୦୨୬ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଶାମ୍ଭବୀ – ୨୦୨୬ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର:୨୦୨୬ ବର୍ଷ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶାମ୍ଭବୀ ପୁରସ୍କାର ପ୍ରଦାନ । ସାମୁ ସାମୟିକ ବଜାର ପାଇଁ ଓଡିଶାରବୟନ ଶିଳ୍ପରେ ପଭାବଶାଳୀ ଅବଦାନ ପାଇଁ ବରଗଡର ଡକ୍ଟର ସସ୍ମିତା ମେହେକକୁ ଜୁରୀ ଶାମ୍ଭବୀ ପୁରସ୍କାର ସହ ୧ ଲକ୍ଷ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି ସେହିପରି କନ୍ଧମାଳ ଜିଲ୍ଲା ଜିରିଦିଖିଆ ଗାଁର ଦୁଇ ଭଉଣୀ ଶର୍ମିଲତା ପ୍ରଧାନ ଏବଂ ଯମୁନା ପ୍ରଧାନଙ୍କୁ ଫୁଟବଲ ମାଧ୍ୟମରେ ସ୍ଥାନୀୟ ଝିଅମାନଙ୍କୁ ସଶକ୍ତ କରିବା ଏବଂ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରିଥିବାରୁ ସମ୍ଭାବୀ ଯୁବ ଆଇକନ ପୁରସ୍କାର ପ୍ରଦାନ କରାଯାଇଛି । ଏଥି ସହିତ ଦୁଇଟି ସଂଗଠନ ସାଥୀ ପରିବାର ଏବଂ ବଲାଙ୍ଗୀର ଗ୍ରାମ୍ୟ ଉଦ୍ୟୋଗ ସମିତିଙ୍କୁ ମଧ୍ୟ ଶାମ୍ଭବୀ ପୁରସ୍କାର ୨୦୨୬ରେ ସମ୍ମାନିତ କରାଯିବା ସହିତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଶେଫାଳୀ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ସମ୍ମାନିତ ଅତିଥି ଭାବରେ ମାଜିକ ବସ ଇଣ୍ଡିଆ ଫାଉଣ୍ଡେସନର ସିଇଓ ଜୟନ୍ତ ରିସୋହି ଯୋଗ ଦେଇ ସମ୍ମାନ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଆଗକୁ ମେଣ୍ଟାଲ ହେଲ୍‌ଥ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫାଉଣ୍ଡେସନରେ ବିଗତ ୧୫ ବର୍ଷ ମଧ୍ୟରେ ଓଡିଶାର ୬ଟି ଜିଲ୍ଲାର ଏକ ଅର୍ଥ ପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ସହ ୬୯୦ ଗାଁ ପର୍ଯ୍ୟନ୍ତ ପହଞ୍ଚିଛି ଏବଂ ଏହାର ସମ୍ପ୍ରଦ ନେତୃତ୍ୱଧିନ ବିକାଶ ମାଧ୍ୟମରେ ୨.୭ ନିୟୁତରୁ ଅଧିକ ଲୋକଙ୍କ ଜୀବନକୁ ସକରାତ୍ମକ ଭାବରେ ସ୍ପର୍ଶ କରିଛି । ଏହି ମାଇଲଖୁଣ୍ଟକୁ ସ୍ମରଣୀୟ କରିବା ପାଇଁ ପ୍ରତିଷ୍ଠାନର ଯାତ୍ରା ଉପରେ ଏକ କଫି ଟେବୁଲ ଉପରେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡାଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking