24.1 C
Bhubaneswar
Monday, February 9, 2026
Homeଖେଳସାକିବ୍ ଅଲ୍ ହସନ୍‌ଙ୍କ ଟେଷ୍ଟ କ୍ୟାରିୟର୍ ଶେଷ!

ସାକିବ୍ ଅଲ୍ ହସନ୍‌ଙ୍କ ଟେଷ୍ଟ କ୍ୟାରିୟର୍ ଶେଷ!

ଢାକା: ସାଉଥ୍ ଆଫ୍ରିକା ବିପକ୍ଷରେ ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ପୂର୍ବତନ କ୍ୟାପ୍‌ଟେନ୍ ସାକିବ୍ ଅଲ୍ ହସନ୍ ଉପଲବ୍ଧ ହେବେନାହିଁ। ଏହା ସୂଚନା ସେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ପୂର୍ବରୁ ଦେଇସାରିଛନ୍ତି। ଅନ୍ୟପକ୍ଷରେ ବୋର୍ଡ ତାଙ୍କ ସ୍ଥାନରେ ୨୩ ବର୍ଷୀୟ ଅନ୍‌କ୍ୟାପ୍‌ଡ ସ୍ପିନର୍ ହସନ୍ ମୁରାଦଙ୍କୁ ଶୁକ୍ରବାର ଟେଷ୍ଟ ଟିମ୍‌ରେ ସାମିଲ କରିଛି। ଏପରି ସ୍ଥିତିରେ ମହାନ୍ ଅଲ୍‌ରାଉଣ୍ଡର୍‌ଙ୍କ ଟେଷ୍ଟ କ୍ୟାରିୟର୍ ଶେଷ ହୋଇଥିବା ଜଣାପଡ଼ିଛି। ଭାରତ ଗସ୍ତ ଅବସରରେ ସାକିବ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହି ଅବସରରେ ଢାକାରେ ସେ ବିଦାୟୀ ଟେଷ୍ଟ ଖେଳିବାକୁ ଇଚ୍ଛାପ୍ରକାଶ କରିଥିଲେ।

ଏଥିପାଇଁ ସେ ବୋର୍ଡଠାରୁ ସୁରକ୍ଷା ଦାବି କରିଥିଲେ। ବୋର୍ଡ ଏହାକୁ ଅଗ୍ରାହ୍ୟ କରିଥିବା ବେଳେ ଦେଶର ଅନ୍ତରୀଣ ସରକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ପରାମର୍ଶଦାତା ମହମୁଦ୍ ଶୋଜିବ୍ ଭୂଇନ୍ ସୁରକ୍ଷା ଦାବି କରିବାକୁ ପୂର୍ବରୁ ସାକିବ୍‌ଙ୍କ ନିଜ ପକ୍ଷ ସ୍ପଷ୍ଟ କରିବାକୁ ପଡ଼ିବ। ସାକିବ୍ ଦେଶବାସୀଙ୍କଠାରୁ କ୍ଷମାପ୍ରାର୍ଥନା କରିବା ପରେ ସାଉଥ୍ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୃାଚ୍ ପାଇଁ ତାଙ୍କୁ ଟିମ୍‌ରେ ଚୟନ କରାଯାଇଥିଲା। ତେବେ ନ୍ୟୁୟର୍କରେ ଅବସ୍ଥାନ କରୁଥିବା ସାକିବ୍ ଗୁରୁବାର ଦେଶକୁ ଫେରିବା ଯୋଜନାରେ ପରିବର୍ତ୍ତନ କରିଥିଲେ। ନିଜ ସୁରକ୍ଷା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଅଷ୍ଟରେ ଦେଶରେ ରାଜନୈତିକ ଅଶାନ୍ତି ସୃଷ୍ଟି ହେବାପରେ ସାକିବ ପ୍ରଥମ ଥର ପାଇଁ ବାଂଲାଦେଶ ଫେରିଥାନ୍ତେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking