33.1 C
Bhubaneswar
Wednesday, April 2, 2025
Homeଓଡିଶାଭିଜିଲାନ୍ସ ଜାଲରେ ସ୍ୱେରେଜବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ

ଭିଜିଲାନ୍ସ ଜାଲରେ ସ୍ୱେରେଜବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ଅଧିକାରୀ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ ଦେବାଶିଷ ସାହୁଙ୍କ ଘର ଉପରେ ଚଢଉ କରିଛି ଭିଜିଲାନ୍ସ। ସହକାରୀ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ କଟକ ,ଜଟଣୀ,ଚୌଦ୍ୱାର ଆଦି ୭ଟି ସ୍ଥାନରେ ଆଜି ପ୍ରାତଃରୁ ଏକକାଳୀନ ଭାବେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢଉବେଳେ ଭିଜିଲାନ୍ସ କୋଟି କୋଟି ଟଙ୍କାର ଜମି, ଫ୍ଲାଟ, ବହୁତଳ ବିଶିଷ୍ଠ କୋଠା, ସୁନା ଗହଣା, ଘରୋଇ ଉପକରଣ, ଗାଡି, ବ୍ୟାଙ୍କଜମା ଆଦି ଠାବ କରିବାରେ ସଫଳ ହୋଇଛି। ଜଟଣୀ କଲେଜ ରୋଡ୍‌ରେ ୬୩୦୦ ବର୍ଗଫୁଟର ୨ ମହଲା କୋଠା, ଜଟଣୀ ସର୍ଦ୍ଦାର ପଟେଲ ମାର୍ଗରେ ଦୁଇମହଲା କୋଠା ଏବଂ ୪୮୦୦ ବର୍ଗଫୁଟର ତିନି ମହଲା କୋଠା ରହିଛି। ଜଟଣୀ ବନଦୁର୍ଗା ମାର୍କେଟରେ ମଧ୍ୟ ଦୁଇଟି ଦୋକାନ ଘର ରହିଛି। ଭୁବନେଶ୍ୱର ଓ ଜଟଣୀରେ ୨ଟି ମୂଲ୍ୟବାନ ପ୍ଲଟ ଥିବା ଜଣାପଡ଼ିଛି । ଘରୁ ନଗଦ ୧ଲକ୍ଷ ୫୫ହଜାର ୫୪୦ ଟଙ୍କା, ୨୩୦ ଗ୍ରାମର ସୁନା ଗହଣା ମିଳିଛି। ୨୦ ଲକ୍ଷ ୫୬ ହଜାର ଟଙ୍କା ବ୍ୟାଙ୍କ ଜମା ସହିତ ବହୁ ମୂଲ୍ୟବାନ ଓ ଘରୋଇ ଉପକରଣ ଠାବ ହୋଇଛି। ୩ଟି ଦୁଇ ଚକିଆ ସହ ଗୋଟିଏ କାର୍‌କୁ ଜବତ କରିଛି ଭିଜିଲାନ୍ସ। ଆଜି ଏହି ଚଢଉରେ ୭ଡିଏସ୍‌ପି, ୯ଜଣ ଇନ୍ସପେକ୍ଟର,୧୩ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking