17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶସାଙ୍ଘାତିକ ବାତ୍ୟା: ୩୦୦ କି.ମି ପବନ କଲା ଛାରଖାର

ସାଙ୍ଘାତିକ ବାତ୍ୟା: ୩୦୦ କି.ମି ପବନ କଲା ଛାରଖାର

ସାଣ୍ଟିଆଗୋ: ମେଲିସା ହରିକେନ ଆଣ୍ଟଲାଟିକ ଇତିହାସର ଶକ୍ତିଶାଳୀ ହରିକେନ । ମେଲିସା ଶନିବାର ଘଣ୍ଟା ପିଛା ୧୨୦ କିମି ବେଗରେ ବହିବା ଆରମ୍ଭ କରିଥିଲା । ୨୪ ଘଣ୍ଟାରେ ଏହାର ଗତି ଘଣ୍ଟା ପ୍ରତି ୨୨୫ କିମିକୁ ବଢ଼ିଥିଲା । ସୋମବାର ଏହାର ଗତି ୨୬୦ କିମି ହୋଇଥିଲା । ଫଳରେ ଏହା କାଟେଗୋରି-୫ ବାତ୍ୟାରେ ପରିଣତ ହୋଇଥିଲା । ଜମାଇକାଠୁ ନେଇ କ୍ୟୁବା , ବାହାମାସ ପର୍ଯ୍ୟନ୍ତ  ସହର ଗୁଡିକ ଜଳମଗ୍ନ ହେବା ପରେ  ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି । ବିପର୍ଯ୍ୟୟ  ପରିଚାଳନା ସଂସ୍ଥା ଅନୁଯାୟୀ, ହାଇତି, ଡୋମିନିକାନ୍ ଗଣରାଜ୍ୟ, କ୍ୟୁବା ଏବଂ ବାହାମାସ ସବୁଠୁ ଅଧିକ କ୍ଷତି ସହିଛନ୍ତି । ସେଠାରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ ଯୋଗାଯୋଗ ବ୍ୟବସ୍ଥା ଠପ୍‌ ହୋଇଯାଇଛି । ଜାମାଇକାରେ ବାତ୍ୟା ମେଲିସା ଯୋଗୁ ୧୫ ଲକ୍ଷ ପର୍ଯ୍ୟନ୍ତ ଲୋକ ସିଧାସଳଖ ପ୍ରଭାବିତ ହେବା ନେଇ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍‌ ଦ ରେଡ୍‌ କ୍ରସ୍‌ ପକ୍ଷରୁ ଆକଳନ କରାଯାଇଛି ।

କ୍ୟୁବାରେ, ଅଧିକାରୀମାନେ କହିଛନ୍ତି ଘର ଭୁଶୁଡ଼ି , ପାହାଡିଆ ରାସ୍ତା ଅବରୋଧ ହେବା ସହ କୋଠା ଘରର ଛାତ ଉଡ଼ିଯାଇଛି।ଯାହା ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମରେ ସର୍ବାଧିକ କ୍ଷୟକ୍ଷତି ଘଟାଇଛି। କୁହାଯାଉଛି ଯେ ଆଣ୍ଟଲାଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ହରିକେନ କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ପ୍ରାକୃତିକ ବିପର୍ଯ୍ୟୟ  ବୋଲି କୁହାଯାଉଛି । ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ବହୁଗୁଣରେ ଶକ୍ତିଶାଳୀ ମେଲିସା। ଲ୍ୟାଣ୍ଡଫଲ ପୂର୍ବରୁ ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ମେଲିସାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଥିଲେ, ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking