25.1 C
Bhubaneswar
Thursday, December 11, 2025
Homeଓଡିଶାରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ

ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ

ଭୁବନେଶ୍ୱର: ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ୧୦ ଦିନରେ ୯.୬ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଆଜି ଭୋର ୫ଟା ୩୦ରେ ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଡିସେମ୍ୱର ୧ରେ ୨୨.୬ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ସେହିପରି ଡିସେମ୍ୱର ୨ ତାରିଖରେ ୨୧ ଡିଗ୍ରୀ, ୩ ତାରିଖରେ ୧୭.୨ ଡିଗ୍ରୀ, ୪ ତାରିଖରେ ୧୭ ଡିଗ୍ରୀ, ୫ ତାରିଖରେ ୧୫ ଡିଗ୍ରୀ, ୬ ତାରିଖରେ ୧୪.୪ ଡିଗ୍ରୀ ରେକର୍ଡ ହୋଇଛି । ଡିସେମ୍ୱର ୭ ତାରିଖରେ ୧୩.୪ ଡିଗ୍ରୀ , ଡିସେମ୍ୱର ୮ରେ ୧୩.୬ ଡିଗ୍ରୀ, ଡିସେମ୍ୱର ୯ ତାରିଖରେ ୧୫ ଡିଗ୍ରୀ ଓ ୧୧ ତାରିଖ ଅର୍ଥାତ୍ ଆଜି ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।ପୁଣି ଖସିଲା ପାରଦ। ଶୀତର ପ୍ରକୋପରେ ଲୋକେ କଲବଲ । ଗ୍ରାମାଞ୍ଚଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଏକ ମାତ୍ର ଭରସା ପାଲଟିଛି ସଧାରଣ ଲୋକଙ୍କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking