18.1 C
Bhubaneswar
Tuesday, January 13, 2026
Homeଅପରାଧଷଷ୍ଠ ଶ୍ରେଣୀ ଛାତ୍ରକୁ ଛୁରୀ ଭୁସିଦେଲା ସପ୍ତମ ଶ୍ରେଣୀ ଛାତ୍ର

ଷଷ୍ଠ ଶ୍ରେଣୀ ଛାତ୍ରକୁ ଛୁରୀ ଭୁସିଦେଲା ସପ୍ତମ ଶ୍ରେଣୀ ଛାତ୍ର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସମାଟାଙ୍ଗି ଗ୍ରାମରେ ଅଭାବନୀୟ ଘଟଣା। ସ୍କୁଲ୍‌ରେ ଖେଳୁଥିଲା ବେଳେ ଷଷ୍ଠ ଶ୍ରେଣୀର ଛାତ୍ରକୁ ଛୁରୀ ଭୁସିଦେଲା ସପ୍ତମ ଶ୍ରେଣୀର ଛାତ୍ର। ଗୁରୁତର ଛାତ୍ର ଜଣକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ଗୁରୁତର ଛାତ୍ରଙ୍କ ପିତା, ମାତା। ପ୍ରକାଶ, ସମାଟାଙ୍ଗି ଗ୍ରାମରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଖେଳୁଥିଲେ। ଏହି ସମୟରେ ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଚନ୍ଦନ ନାଏକଙ୍କୁ ସେହି ଗ୍ରାମର ହୃଷିକେଶ ସାହୁଙ୍କ ସପ୍ତମ ଶ୍ରେଣୀର ଛାତ୍ର ବୁଚୁବନ ସାହୁ ହଠାତ୍ କୌଣସି କାରଣକୁ ନେଇ ଛୁରୀ ଭୁସି ଦେଇଥିଲା। ଛୁରୀ ଚନ୍ଦନଙ୍କ ଗାଲରେ ପଶି ଯାଇଥିବା ବେଳେ ଚନ୍ଦନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଦ୍ୟାଳୟରେ ପଡି ରହିଥିଲେ। ପ୍ରାୟ ଘଣ୍ଟାଏ ପରେ କିଛି ସ୍ଥାନୀୟ ଲୋକଙ୍କ ଠାରୁ ପୁଅକୁ ଛୁରାମାଡ଼ ହୋଇଥିବା ଖବରପାଇ ଚନ୍ଦନଙ୍କ ବାପା ଓ ମା ବିଦ୍ୟାଳୟରେ ପହଞ୍ଚି ପୁଅକୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଚନ୍ଦନଙ୍କ ଗାଲରେ ଗଭୀର ଆଘାତ ଲାଗିଥିବା ବେଳେ ସୋଭାଗ୍ୟବଶତଃ ସେ ବଡ଼ ବିପଦରୁ ବଞ୍ଚି ଯାଇଛନ୍ତି। ତେବେ ଏହି ଛୁରୀମାଡ଼ ଘଟଣାକୁ ନେଇ ଚନ୍ଦନଙ୍କ ମା’କାମାକ୍ଷାନଗର ଥାନାରେ ଏକ ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟ ପରିସରରେ ଛୋଟ ଛୁଆ ଛୁରୀ ମାରିବା ଘଟଣାକୁ ନେଇ ସରକାରୀସ୍ତରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking