ପୁରୀ : ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । ୩ ମାସ ପାଇଁ ନିଲମ୍ବନ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟ ସେବାୟତଙ୍କୁ ମାରପିଟ ଘଟଣାରେ କାଯ୍ୟାନୁଷ୍ଠାନ ନିଆଯାଇଛି । ୩ ମାସ ପାଇଁ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଲେ ମୁଖ୍ୟ ପ୍ରଶାସକ । ପୂର୍ୱରୁ ବିଶ୍ୱନାଥ ଖୁଣ୍ଟିଆଙ୍କୁ ସୋ କଜ ନୋଟିସ ହୋଇଥିଲା ।