14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶସିରିଜ୍ ଦୁର୍ଘଟଣା: ୩ ମୃତ

ସିରିଜ୍ ଦୁର୍ଘଟଣା: ୩ ମୃତ

ପଞ୍ଜାବ: ପଞ୍ଜାବର ମାନସା ଜିଲ୍ଲାରେ ମର୍ମନ୍ତୁୁଦ ସଡକ ଦୁର୍ଘଟଣା। ଏକ ସିରିଜ୍ ଦୁର୍ଘଟଣାରେଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ବାଇକ୍ ଆରୋହୀଙ୍କୁ ବକ୍ସିୱାଲା ଗ୍ରାମ ନିକଟରେ ୩୦ ବର୍ଷୀୟ ବୁଟା ସିଂହ, ତାଙ୍କ କକାଙ୍କ ୨୯ ବର୍ଷୀୟ ପୁଅ ଜଗତର ସିଂହ ଏବଂ ମୃତ ସାଇକେଲ ଆରୋହୀଙ୍କୁ ୧୮ ବର୍ଷୀୟ ଗୁରମୁଖ ସିଂହ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ଜଣେ ମଦ୍ୟପ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବକ୍ସିୱାଲା ଗାଁ ନିକଟରେ ଜାତୀୟ ରାଜପଥ ୧୪୮ରେ ଭୁଲ ଦିଗରେ ଯାଉଥିବା ଏକ ପିକଅପ୍ ଟ୍ରକ୍ ଏକ ବାଇକ୍ ଏବଂ ଏକ ସାଇକେଲ୍‌କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ସହ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛିଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking