32.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶରେକର୍ଡ ଭାଙ୍ଗିଲା ସେନ୍‌ସେକ୍ସ

ରେକର୍ଡ ଭାଙ୍ଗିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗିଲା ସେନ୍‌ସେକ୍ସ । ପାର୍ବଣ ପୂର୍ବରୁ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ୮୫ ହଜାର ପାର କରିଛି। ସେହିପରି ନିଫଟି ଉପରମୁହାଁ ହୋଇଛି। ନିଫଟି ୨୬ ହଜାର ପଏଣ୍ଟ ସୂଚକାଙ୍କ ଛୁଇଁଛି। ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ ବମ୍ପର ଉତ୍ସାହ ଦେଖିବାକୁ ମିଳିଛି। ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା। ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ। ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି। ଏହାପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ଏକ ଭଲ ଆରମ୍ଭ କରିଥିଲା। ସୋମବାର, ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking