17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶସିନିୟର୍ ଜାତୀୟ ପୁରୁଷ ହକି ଚାମ୍ପିଅନ୍‌ଶିପ୍‌; ଓଡ଼ିଶା-ମଣିପୁର, ହରିଆଣା-ୟୁପି ସେମିଫାଇନାଲ୍‌

ସିନିୟର୍ ଜାତୀୟ ପୁରୁଷ ହକି ଚାମ୍ପିଅନ୍‌ଶିପ୍‌; ଓଡ଼ିଶା-ମଣିପୁର, ହରିଆଣା-ୟୁପି ସେମିଫାଇନାଲ୍‌

ଚେନ୍ନାଇ: ସ୍ଥାନୀୟ ମେୟର୍ ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍‌ରେ ଚାଲିଥିôା ୧୪ଶ ହକି ଇଣ୍ଡିଆ ଜାତୀୟ ସିନିୟର୍ ପୁରୁଷ ଚାମ୍ପିଅନ୍‌ଶିପ୍‌ର ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି। ବୁଧବାର ଓଡ଼ିଶା, ମଣିବପୁର, ହରିଆଣା ଓ ଉତ୍ତର ପ୍ରଦେଶ (ୟୁପି) ନିଜ ନିଜର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲେ୍‌ରେ ଓଡ଼ିଶା ମଣିପୁରକୁ ଏବଂ ହରିଆଣା ଉତ୍ତର ପ୍ରଦେଶକୁ ଭେଟିବ। ବୁଧିାର ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶା ୩-୧ ଶୁଟ୍ ଆଉଟ୍‌ରେ କର୍ଣ୍ଣାଟକକୁ ହରାଇ ଦେଇଛି। ମ୍ୟାଚ୍ ନିମୟ ସମୟ ମଧ୍ୟରେ ୩-୩ରେ ଶେଷ ହୋଇଥିଲା। ଓଡ଼ିଶା ପକ୍ଷରୁ ମଙ୍ଗଳ ଲୋହାର (୧୪ତମ), ଶିଳାନନ୍ଦ ଲାକ୍ରା (୨୦ତମ) ଏବଂ ପ୍ରତାପ ଲାକ୍ରା (୫୦ତମ ମିନିଟ୍‌)ରେ ଗୋଲ୍ ତିନିଟି ସ୍କୋର୍ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ପୃଥ୍ୱୀ ରାଜ ଜିଏନ୍ (୫ମ), ଭାରତ ମହାଲିଙ୍ଗାପ୍ପା କୁର୍ତାକୋଟି (୧୧ଶ) ଏବଂ ବିଶ୍ୱାସ ଜି (୧୪ତମ ମିନିଟ୍‌) ଗୋଲ୍ କରିଥିଲେ। ଶୁଟ୍‌ଆଉଟ୍‌ରେ ଓଡ଼ିଶା ଗୋଲ୍‌କିପ୍ ସାହିଲ୍ କୁମାର ନାୟକ ଗୋଟିଏ ଗୋଲ୍ ଅର୍ଜନ କରିଥିବା ବେଳେ ସାଥୀ ଖେଳାଳି ଉନ୍ନତ ପ୍ରଦର୍ଶନ କରି ଟିମ୍‌କୁ ୩-୧ରେ ବିଜୟୀ କରାଇଥିଲେ। ଅନ୍ୟ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ମଣିପୁର ୪-୩ ଶୁଟ୍‌ଆଉଟ୍‌ରେ ପଞ୍ଜାବକୁ, ଉତ୍ତର ପ୍ରଦେଶ ୩-୧ରେ ଆୟୋଜକ ତାମିଲନାଡ଼ୁକୁ ଏବଂ ହରିଆଣା ୫-୧ରେ ମହାରାଷ୍ଟ୍ରକୁ ହରାଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking