29.1 C
Bhubaneswar
Thursday, June 12, 2025
Homeଓଡିଶାବରିଷ୍ଠ ଆଇନ୍‌ଜୀବୀ ବିଜୟ କୁମାର ରାୟଙ୍କ ପରଲୋକ

ବରିଷ୍ଠ ଆଇନ୍‌ଜୀବୀ ବିଜୟ କୁମାର ରାୟଙ୍କ ପରଲୋକ

ଭୁବନେଶ୍ୱର: କରଞ୍ଜିଆର ବରିଷ୍ଠ ତଥା ପ୍ରବୀଣ ଆଇନଜୀବୀ ବିଜୟ କୁମାର ରାୟଙ୍କ ଶନିବାର ସକାଳ ୮.୩୦ ମିନିଟ୍‌ରେ ମୟୂଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବାସଭବନରେ ୮୬ ବର୍ଷ ବୟରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସମ୍ମାନର୍ଥେ କରଞ୍ଜିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୧୯୪୧ ମସିହାରେ ଜନ୍ମିତ ସ୍ୱର୍ଗତ ବିଜୟ କୁମାର ରାୟ ୧୯୬୭ରେ ରେଭେନ୍ସା ମହାବିଦ୍ୟାଳୟରୁ ଗ୍ରାଜଏସନ୍ ଲାଭ କରି ୧୯୭୦ରେ କଟକ ମଧୁସୂଦନ ଲ କଲେଜରୁ ଉତ୍ତୀନ୍ନ ହେଲାପରେ ଓକିଲାତି ଜୀବନ ଆରମ୍ଭ କରି ଫୌଜଦାରୀ ଦେୱାନୀ ମାମଲାରେ ଦକ୍ଷ ଆଇନଜ୍ଞଭାବେ ପରିଚିତ ହୋଇଥିଲା । ଆଇନଜୀବୀ ଭାବେ ସଫଳତା ସହ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରିଥିଲେ । ସେ କରଞ୍ଜିଆ ଓକିଲ ସଂଘର ପୂର୍ବତନ ସଭାପତି ଥିବା ସହ ପୂର୍ବରୁ ସରକାରୀ ଓକିଲ ଓ ପବ୍ଳିକ ପ୍ରସିକ୍ୟୁଟର ପିପି ମଧ୍ୟ ଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା । ତାଙ୍କର ମୃତ୍ୟୁ ସମ୍ବାଦ ଜଣାପଡିବାପରେ ବିଭିନ୍ନ ବର୍ଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କରଞ୍ଜିଆ ଓକିଲ ସଂଘର ସଦସ୍ୟ ବାସଗୃହରେ ଉପସ୍ଥିତ ହୋଇ ଅନ୍ତିମ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ପାର୍ଥବ ଶରୀରକୁ ଦିନ ୧୦ଟା ୩୦ମିନିଟ୍ ସମୟରେ କରଞ୍ଜିଆ ଓକିଲ ସଂଘ ଓ କୋର୍ଟ ପରିସରକୁ ଅଣାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ- ଅଞ୍ଜଳି ରାୟ, ପୁଅ -ହନୁମନ୍ତ ରାୟ ବୋହୂ- ସବିତା ରାୟ, ଝିଅ- ଫମ୍ପି ମହାନ୍ତି, ଟୁଇଁ ମହାନ୍ତ, ଜ୍ୱାଇଁ- ବିରାଜ ମହାନ୍ତି ପ୍ରମୁଖଙ୍କ ସମେତ ନାତିନାତୁଣୀ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ପୁଅ ହନୁମନ୍ତ ମୁଖାଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking