26.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶନମାଜ ପାଠ କରିବାରୁ  ଧକ୍କା ମାରି ତଳରୁ ଖସାଇଲେ ସେନା

ନମାଜ ପାଠ କରିବାରୁ  ଧକ୍କା ମାରି ତଳରୁ ଖସାଇଲେ ସେନା

ନୂଆଦିଲ୍ଲୀ :  ରାସ୍ତା ଅବରୋଧ ପାଇଁ ରଖାଯାଇଥିବା କଣ୍ଟେନର ଉପରେ ଚଢ଼ି ନମାଜ ପାଠ କଲେ। ତେବେ ଏହାକୁ ଅଟକାଇବାକୁ ଯାଇ ତାଙ୍କୁ ଧକ୍କା ମାରି ତଳକୁ ଖସାଇ ଦେଲା ସେନା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପାକିସ୍ତାନରେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କାରିବା ପାଇଁ ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଏହାକୁ ନେଇ ଇସଲାମାବାଦରେ ରାସ୍ତାକୁ ଓହ୍ଲାଇ ଆସି ସେମାନେ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ତାଙ୍କ ଅଟକାଇବା ପାଇଁ ଶହବାଜ ସରିଫ ସରକାର ସେନାକୁ ନିୟୋଜିତ କରିଛି। ବିକ୍ଷୋଭକାରୀଙ୍କ ବିରୋଧରେ ସୁଟ୍ ଆଟ୍ ସାଇଟ୍ ନିର୍ଦ୍ଦେଶ ଜାରି କରାଯାଇଛି। ଜଣେ ନୀରିହ, ଅସ୍ତ୍ରହୀନ ବିକ୍ଷୋଭକାରୀ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ପ୍ରତି ବର୍ବରତା କରିଛି ସେନା। ଏହା ଅତି ଭୟଙ୍କର ବୋଲି କହିଛି ପିଟିଆଇ। ସେପଟେ କଣ୍ଟେନରରୁ ତଳକୁ ଖସି ଉକ୍ତ ବ୍ୟକ୍ତି ଜଣକ ମୃତ ନା ଜୀବିତ ଅଛିନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ପିଟିଆଇ ପ୍ରତିଷ୍ଠାତା ଇମରାନ ଖାନଙ୍କ ମୁକ୍ତି ଦାବିରେ ପାକ୍ ରାଜଧାନୀ ଇସଲାମାବାଦ ତଥା ଦେଶବ୍ୟାପୀ ପ୍ରବଳ ବିକ୍ଷୋଭ ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଅଣାୟତ୍ତ ହେବାରୁ ଇସଲାମାବାଦର ରେଡ୍ ଜୋନରେ ଏକତ୍ରିତ ହୋଇଥିବା ପିଟିଆଇ କର୍ମୀଙ୍କ ଉପରେ ରେଡ୍ ମାରିଛନ୍ତି ସୁରକ୍ଷା କର୍ମୀ। ୧୦୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ।ହିଂସାରେ ୬ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ପିଟିଆଇର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୩୦ ଆହତ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ୪ହଜାର ପିଟିଆଇ ସମର୍ଥକ ଗିରଫ ହୋଇଛନ୍ତି । ହିଂସା ମଧ୍ୟରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ତାଙ୍କ ‘ଶପଥ’ ପୂରଣ କରି ଇସଲାମାବାଦର ଡି-ଚୌକ ପହଞ୍ଚିଛନ୍ତି। ପିଟିଆଇ କର୍ମୀମାନେ ଡି-ଚୌକକୁ ଦଖଲ କରିଛନ୍ତି। ପ୍ରଦର୍ଶନ ହିଂସାତ୍ମକ ହେବା ପରେ ଇସଲାମାବାଦରେ ସେନା ମୁତୟନ କରାଯାଇଛି। ସେପଟେ ନିଜ କର୍ମୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଶେଷ ବଲ୍ ଯାଏ ଲଢିବାକୁ ଇମରାନ ଅପିଲ୍ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking