ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ସେମିକଣ୍ଡକ୍ଟର ୨.୦ ନେଇ ବଜେଟରେ ଘୋଷଣା କରିଛନ୍ତି । ଶିଳ୍ପ ଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ୱ ଦିଆଯାଇଛି । କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ ହେବ କୁହାଯାଇଛି । ୭ଟି ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ- ସିଲିଗୁଡା, ଦିଲ୍ଲୀ- ବାରଣାସୀ, ମୁମ୍ବାଇ- ପୁନେ, ହାଇଦ୍ରାବାଦ- ଚେନ୍ନାଇ ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ।










