ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତର ମନ୍ତ୍ର କହିଲେ ପ୍ରଧାନମନ୍ତ୍ରୀ ମୋଦି । ଆତ୍ମନିର୍ଭର ଭାରତ ବିକଶିତ ଭାରତର ମୂଳଦୂଆ । ଆତ୍ମନିର୍ଭର ଭାରତ ହିଁ ପ୍ରକୃତ ସ୍ୱାଧୀନତା । ଅପରେସନ ସିନ୍ଦୂରରେ ଆତ୍ମନିର୍ଭର ଭାରତର ଶକ୍ତି ଦେଖିଲୁ । ଆତ୍ମ ନିର୍ଭର ହୋଇନଥିଲେ ଅପରେସନ ସମ୍ଭବ ହୋଇନଥାନ୍ତା । ଆତ୍ମ ନିର୍ଭର ହେବାକୁ ହେଲେ ଆମକୁ ବେଷ୍ଟ ଦେବାକୁ ହେବ । ଏକବିଂଶ ଶତାବ୍ଦୀ ବୈଷୟିକ ଜ୍ଞାନକୌଶଳର ଯୁଗ । ବୈଷୟିକ ଜ୍ଞାନକୌଶଳକୁ ନେଇ ଶିଖରରେ ପହଞ୍ଚି ହେବ ।










