21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ଜବତ; ଅଭିଯୁକ୍ତ ଗିରଫ, ନିଜ ଫ୍ଲାଟରେ କରୁଥିଲେ ଚାଷ

୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ଜବତ; ଅଭିଯୁକ୍ତ ଗିରଫ, ନିଜ ଫ୍ଲାଟରେ କରୁଥିଲେ ଚାଷ

ଲକ୍ଷ୍ନୌ: ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ରାହୁଲ ଚୌଧୁରୀ (୪୬)। ସେ ରହୁଥିବା ଆପାର୍ଟମେଣ୍ଟର ନିଜ ଫ୍ଲାଟ୍ ମଧ୍ୟରେ ହିଁ ଗଞ୍ଜେଇ ଚାଷ କରୁଥିଲେ। ପୁଲିସ୍ ତାଙ୍କ ସମ୍ପର୍କରେ ସୂଚନା ପାଇବା ପରେ ଯେତେବେଳେ ଚଢ଼ଉ କଲା ସେତେବେଳେ ତାଙ୍କ ଘରୁ ପ୍ରାୟ ୮୦ଟି କୁଣ୍ଡରେ ଲଗାଯାଇଥିବା ୮୦ଟି ଗଞ୍ଚେଇ ଗଛକୁ ଜବତ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିସହ ରାହୁଲଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରାଯାଇଛି।
ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ରାହୁଲ, ନିଜ ଘରେ ସବୁ ପ୍ରକାର ପ୍ରସ୍ତୁତି ସହକାରେ ଗଞ୍ଜେଇ ଚାଷ କରୁଥିବା ପୁଲିସ୍ ଦେଖି ତାଜୁବ୍ ହୋଇଯାଇଥିଲା। ଗଞ୍ଜେଇ ଗଛଗୁଡ଼ିକ ଯେପରି ସଠିକ୍ ତାପାମାତ୍ରାରେ ବଢ଼ିବେ, ସେଥିପାଇଁ ସେ ଏସି ଲଗାଇଥିଲେ, ଯାହା ଦିନରାତି ୨୪ ଘଣ୍ଟା ଚାଲୁଥିଲା। ଯେହେତୁ ଗଞ୍ଜେଇ ଚାଷ ବେଆଇନ, ତେଣୁ ସେ ଘରର କବାଟ ଓ ଝରକା ଖୋଲିପାରୁନଥିଲେ। କେହି ଦେଖିଦେଲେ ପୁଲିସ ପାଖକୁ ସୂଚନା ପଳାଇବାର ଭୟ ରହିଥିଲା। ଗଞ୍ଜେଇ ଗଛଗୁଡ଼ିକ ସିଧାସଳଖ ସୂର୍ଯ୍ୟାଲୋକ ପାଇବାରୁ ବଞ୍ଚିତ ହେଉଥିବାରୁ ରାହୁଲ ସେଥିପାଇଁ କୃତ୍ରିମ ଆଲୋକ ବ୍ୟବସ୍ଥା କରିଥିଲେ। କିଚେନ୍ ଗାର୍ଡେନ ଶୈଳୀରେ ସେ ଗଞ୍ଜେଇ ଚାଷ କରିଥିଲେ। ସେ ଗଞ୍ଜେଇ ମଞ୍ଜିକୁ ଭିନ୍ନ ଭିନ୍ନ ସ୍ଥାନରୁ ଗ୍ରହଣ କରୁଥିଲେ। ଅନଲାଇନ୍ ମାଧ୍ୟମରେ ଗଞ୍ଜେଇ କିଣିବାକୁ ଆଗ୍ରହୀ ଥିବା ଗ୍ରାହକ ମଧ୍ୟ ଯୋଗାଡ କରୁଥିଲେ। ସବୁଠୁ ମଦାଦାର ବିଷୟ ହେଉଛି ସେ ଏହି ଗଞ୍ଜେଇ ଚାଷ ସମ୍ପର୍କରେ ନିଜ ପତ୍ନୀ ଓ ପିଲାମାନଙ୍କୁ ମଧ୍ୟ କିଛି କହି ନଥିଲେ। ଓଲଟି ସେ ଅର୍ଗାନିକ ଫାର୍ମିଂ କରୁଛନ୍ତି ବୋଲି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking