17.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆବର୍ଷ ଉପଲକ୍ଷେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆବର୍ଷ ଉପଲକ୍ଷେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଏବଂ ବାହାରେ ସିସିଟିଭି ଲଗାଯାଇ ଲୋକଙ୍କ ଗତିବିଧି ଉପରେ ନଜରରେ ରଖାଯାଇଛି। ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଲଗାଯାଇଥିବା ବେଳେ ବାହାରେ ୧୯୨ଟି ସିସିଟିଭି ଲାଗିଥିବା ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ରହିଥିବା ବେଳେ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏପରିକି ସମୁଦ୍ର କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍‌ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking