30.1 C
Bhubaneswar
Sunday, February 8, 2026
Homeଓଡିଶାଶୀତ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶୀତ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ଵର : ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭାରେ ୨୪ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ବରେ ୮ ଜଣ ଆଡିସିନାଲ ଡିସିପି, ୨ କମ୍ପାନି ସିଆରପିଏଫ୍, ୨ ୟୁନିଟ୍ ସ୍ପେସାଲ ଟାକ୍ଟିକାଲ ୟୁନିଟ୍, ୪ ପ୍ଲାଟୁନ ଏସଓଜି, ଡଗ ସ୍କ୍ଵାର୍ଡ୍, ଏବଂ ବମ୍ ସ୍କ୍ଵାର୍ଡ ନିୟୋଜିତ ହେବେ। ସୁରକ୍ଷା ଦୃଷ୍ଟିରୁ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନେ ନିୟୋଜିତ ହେବେ।

ବିଧାନସଭା ସମୟରେ ଗାନ୍ଧୀ ମାର୍ଗକୁ ସିସିଟିଭି ସର୍ଭିଲାନ୍ସ ଭିତରେ ରଖାଯିବ। ବିଧାନସଭା ପାଇଁ କମିଶନରେଟ ପୋଲିସ ପକ୍ଷ୍ୟରୁ ୮ଟି ଅସ୍ଥାୟୀ କ୍ୟାମ୍ପ କାର୍ୟ୍ୟାଳୟ ପ୍ରସ୍ତୁତ ହୋଇଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୃହ କାର୍ୟ୍ୟ କେମିତି ସୁଚାରୁ ଭାବେ ଚାଲିପାରିବ, ସେ ନେଇ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking