18.1 C
Bhubaneswar
Wednesday, February 4, 2026
Homeଓଡିଶାବିଧାନସଭା ପରିସରରେ ସୁରକ୍ଷା କଡାକଡି

ବିଧାନସଭା ପରିସରରେ ସୁରକ୍ଷା କଡାକଡି

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସୁରକ୍ଷା କଡାକଡି କରାଯାଇଛି । ପୋଲିସ କମିଶନର ଏସ, ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତି ୨୭ ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ଉକ୍ତଦିନ ରାଜଭବନରେ ରାତ୍ରି ଯାପନ କରିବେ। ୨୮ ତାରିଖରେ ବିଧାନସଭା କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୨୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ବ୍ଲ୍ୟୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏନେଇ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking