24.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ଉଭୟ ଆରାଇଭାଲ ଓ ଡିପାର ପାଖରେ  ଚେକିଂକୁ ଅଧିକ ଗିରୁତ୍ୱ ଦିଆଯାଇଛି । ଡିଜିସିଏ ନିର୍ଦ୍ଦେଶରେ ୩ ଦିନ ଯାଏଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । କ୍ୟୁଆରଟି ସାଙ୍ଗକୁ ବମ ସ୍କ୍ୱାଡ, ଡଗ ସ୍କ୍ୱାଡଙ୍କ  ସର୍ଚ୍ଚ ଅପରେସନ କରାଯାଇଛି । ନାକା ପୋଷ୍ଟ ଗୁଡିକ ନିକଟରେ ମଧ୍ୟ ସୁରକ୍ଷାକୁ ବଢେଇ ଦିଆଯାଇଛି ।ଅନ୍ୟପଟେ, ବିପଦ ସତର୍କତାକୁ ନେଇ ସଜାଗ ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ହୋଟେଲଗୁଡିକରେ ସୁରକ୍ଷା ଯାଞ୍ଚ କଡାକଡି କରିବାକୁ ମାଲିକଙ୍କୁ ପରାମର୍ଶ ଦିଆଯାଇଛି । ଯଦି କାହା ଉପରେ ସନ୍ଦେହ ଉପୁଜିଛି  ତୁରନ୍ତ ପୋଲିସକୁ ଜଣାନ୍ତୁ  କହିଛନ୍ତି ସଂଘ ।  ହୋଟେଲ କର୍ମଚାରୀଙ୍କୁ ଟୁରିଷ୍ଟ ଯାଞ୍ଚରେ ସହଯୋଗ କରିବାକୁ ଅପିଲ କରିଛନ୍ତିା  ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking