28.1 C
Bhubaneswar
Sunday, March 30, 2025
Homeଓଡିଶାବିଧାନସଭା ଭିତରେ ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ : ତାରା

ବିଧାନସଭା ଭିତରେ ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ : ତାରା

ଭୁବନେଶ୍ୱର : ୧୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଧାନସଭା ବାହାରେ ରାସ୍ତା ଉପରେ ଧାରଣା ଦେଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଭାବବିହ୍ବଳ ହୋଇ କାନ୍ଦ ହୋଇପଡିଥିଲେ । ବିଧାନସଭା ପରିସରରେ ଧାରଣା ଦେଇଥିବାରୁ ପୋଲିସ ତାଙ୍କ ଉପରେ କିଭଳି ଜୁଲମ୍ କରିବା ସହ ତାଙ୍କୁ ସେଠାରୁ ଅତି ଦୟନୀୟ ଭାବେ ତଡି ଦେଇଥିଲା ସେକଥା ଗଣମାଧ୍ୟମ ଆଗରେ କାନ୍ଦ କାନ୍ଦ ହୋଇଯାଇଥିଲେ ।

ଏକାଧିକ ଶାରୀରିକ ସମସ୍ୟା ଥାଇ ମଧ୍ୟ ଦଳୀୟ ବିଧାୟକଙ୍କୁ ନ୍ୟାୟ ଦେବା ତଥା ରାଜ୍ୟରେ ନାରୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସାରା ରାତି ରାଜରାସ୍ତାରେ ଧାରଣା ଦେବା ସହ ଗଣମାଧ୍ୟମ ଆଗରେ ନିଜର କଷ୍ଟ ବଖାଣିଛନ୍ତି ତାରା । କହିଛନ୍ତି, ବିଧାନସଭା ଭିତରେ ତ ଯାହା ମୋ କଲର ଧରି ମାରିଥିଲେ, ବାହାରେ ପୋଲିସ ବି ମୋତେ ମାରିଲେ । ପୋଲିସ ମୋ ବେକକୁ ମୋଡିଦେଲେ, ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ । ମୁଁ ନେତୃତ୍ବ ନେଉଛି ବୋଲି ମୋତେ ବହୁତ ମାରିଲେ । ଦୁଇଟା ରାତିରେ ବିଧାନସଭା ଭିତରେ ପୂରାଇକି ମାରିଲେ । ତାପରେ ବାହାରେ ଆଣି ଛାଡିଲେ । ଏକଥା କେବଳ ଜଗନ୍ନାଥ ବୁଝିବେ। ଏଭଳି ଘଟଣା ଇତିହାସରେ ପ୍ରଥମ ଘଟଣା। ଯୋଉଠି ଗଣତନ୍ତ୍ର ନାହିଁ ଯୋଉଠି ମା’ ମାଟି ପାଇଁ ସମ୍ମାନ ନାହିଁ ସେଠି ଆଉ ମୋର ରାଜନୀତି କରିବାର ଇଚ୍ଛା ବି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking