33.1 C
Bhubaneswar
Thursday, May 1, 2025
Homeଓଡିଶାରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା

ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା। ଏନେଇ ଭୁବନେଶ୍ୱର ଷ୍ଟେସନରେ ଆରପିଏଫ ପକ୍ଷରୁ ଜୋରଦାର ହୋଇଛି ଚେକିଂ। ଆରପିଏଫ ପକ୍ଷରୁ ଷ୍ଟେସନର ପ୍ରତିଟି କୋଣ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଖୋର୍ଦ୍ଧା, ଷ୍ଟେସନ କଟକ ଓ ଯାଜପୁର ଭଳି ବାଲେଶ୍ବର ଓ ବିଭିନ୍ନ ରେଳ ଷ୍ଟେସନରେ ଯାଞ୍ଚ କରିଛନ୍ତି ଆରପିଏଫ କର୍ମଚାରୀ। ଲୋକଙ୍କ ଆତଯାତ ଓ ଉପସ୍ଥିତିକୁ ଦୃଷ୍ଟି ଦିଆଯାଇଛି। ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁରକ୍ଷାକୁ କଡାକଡି ଭାବେ ଯାଂଚ କରାଯାଉଛା। ଏପରିକି ରେଳ ଯାତ୍ରୀଙ୍କ ଉପରେ ନଜର ରଖାଯିବା ସହ ଷ୍ଟେସନରେ ସନ୍ଦେହଜନକ କିଛି ଜିନିଷ ବା କୋୖଣସି ନିଛାଟିଆ ସ୍ଥାନକୁ ମଧ୍ୟ ଆରପିଏଫ୍ ଯାଞ୍ଚ କରିଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ଲୋକଙ୍କ ଆସବାବ ପତ୍ର ଓ ଷ୍ଟେସନ ଭିତରକୁ ନେଇ ପଶୁଥିବା ସଂଦେହ ଜନକ ସାମଗ୍ରିକୁ ମଧ୍ୟ ଯାଞ୍ଚ କରୁଛନ୍ତି।

ସେହିପରି ସହରରେ ମଧ୍ୟ କମିସନରେଟ ପୋଲିସ ପକ୍ଷରୁ ପାଟ୍ରୋଲିକୁ କଡାକଡି କରଯାଇଛି। ଏନେଇ ବିଭିନ୍ନ ସିଫ୍ଟରେ ଥିବା ପିସିଆର ଓ ଥାନା ଷ୍ଟାଫ୍ ମଧ୍ୟ ସହରରେ ପଇଁତରା ମାରୁଛନ୍ତି। ରାତିରେ ବ୍ଲକି, ଚେକି ପାଇଁ ମଧ୍ୟ ତୟାର୍ ରହିଛନ୍ତି। ବସଷ୍ଟାଣ୍ଡ, ସଂପି ମଲ୍ ଓ ବିଭିନ୍ନ ମନ୍ଦିର ଓ ପାର୍କ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସହ ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନଜର ରଖିଛି।

ଗତକାଲି ପୋଲିସ ମୁଖ୍ୟାଳୟରୁ ସମସ୍ତ ଜିଲ୍ଲା ଏସପି ଓ ଡିସିପି ମାନଙ୍କୁ ଏନେଇ ନିର୍ଦେଶନାମା ଜାରି କରାଯାଇଥିଲା। ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷକରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking