16.1 C
Bhubaneswar
Thursday, February 5, 2026
Homeଓଡିଶା୧୦ ନକ୍ସଲ ନିହତ ପରେ ବିଜୟ ଉତ୍ସବ ପାଳିଲେ ଯବାନ

୧୦ ନକ୍ସଲ ନିହତ ପରେ ବିଜୟ ଉତ୍ସବ ପାଳିଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଓଡିଶା ସୀମାବର୍ତ୍ତୀ ଭେଜ୍ଜି ଜଂଗଲରେ ଆଜି ସକାଳେ ଯବାନ ୧୦ ଜଣ ନକ୍ସଲଙ୍କୁ ମାରିଥିବାରୁ ଯବାନଙ୍କ ମଧ୍ୟରେ ଖୁସି କହିଲେ ନସରେ। ୧୦ ଜଣ ନକ୍ସଲଙ୍କ ଶହ ସହ ଅତ୍ୟାଧୁନିକ ବନ୍ଧୁକ ଜବତ କରିବା ସହ ଭେଜ୍ଜି ଥାନାକୁ ଆଣିଥିଲେ। ଏଠାରେ ବସ୍ତର ଆଇଜି ପି.ସୁନ୍ଦରରାଜ ସମେତ ଅନ୍ୟ ଉଚ୍ଚ ପଦାଧିକାରୀ ପୁଲିସ ଅଧିକାରୀ ଅପେକ୍ଷା କରି ରହିଥିଲେ। ଯବାନ ଯେତେବେଳେ ଭେଜ୍ଜିରେ ପହଞ୍ଚିଥିଲେ। ସମସ୍ତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆଜି ଆଦିବାସୀ ଗଣ୍ଡି ଭାଷାରେ ଛତିଶଗଡ଼ର ଗୀତର ତାଳେ ତାଳେ ଶହଶହ ଯବାନ ନାଚିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଏତେ ବଡ଼ ସଫଳତା ପରେ ଯବାନ ଉତ୍ସାହିତ ହେବା ସହ ବିଜୟ ଉତ୍ସବ ପାଳିଥିଲେ। ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ। ତୁରନ୍ତ ସେମାନେ ଆତ୍ମସମର୍ପଣ କରନ୍ତୁ ନଚେତ ମୃତ୍ୟୁ ସେମାନଙ୍କ ନିକଟରେ ପହଞ୍ଚୁଛି ବୋଲି ଯବାନ କହିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଯବାନଙ୍କର ଏହି ସଫଳତାରେ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି। ଆଜି ସକାଳ ୧୦ଟା ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦିନ ଗୋଟାଏ ବେଳକୁ ଗୁଳିବିନିମୟ ବନ୍ଦ ହୋଇଥିବା ବେଳେ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରାଯାଇଥିଲା। ଯବାନ ସର୍ଚ୍ଚ ଅପରେସନ ବେଳେ ୧୦ ଜଣ ମାଓବାଦୀଙ୍କ ଶବକୁ ଉଦ୍ଧାର କରିଥିଲେ। ଏଥିସହ ଏକେ-୪୭, ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସା୍ମଗ୍ରୀ ଜବତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking