22.1 C
Bhubaneswar
Monday, January 12, 2026
Homeଓଡିଶାନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା ଆରମ୍ଭ

ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ପାଇଁ ବଦଳିଲା କଂଗ୍ରେସର ପଦଯାତ୍ରା ସମୟ । ଗାନ୍ଧି ଜୟନ୍ତୀରୁ ମାତ୍ର ୨ ଦିନ ହେବ ପଦଯାତ୍ରା। ମାଲକାନଗିରି ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ ହେବ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହେବ। ଦୁଇଦିନ ଧରି ପଦଯାତ୍ରା ଚାଲିବ। ଏହାପରେ ନୂଆପଡ଼ା ନିର୍ବାଚନ ପରେ ପୁଣି ଥରେ ପଦଯାତ୍ରା ଆରମ୍ଭ କରାଯାଇ ବର୍ଷେ ବ୍ୟାପୀ ଚାଲିବ। ଓଡିଆର ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୋଟୁ ଅଞ୍ଚଳରୁ ପଦଯାତ୍ରାରେ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ଦିନ ୧୫ ରୁ ୨୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ୩୧୪ ବ୍ଲକ ରେ ଏହି ପଦଯାତ୍ରା ହେବ।ଯେହେତୁ ବିହାର ନିର୍ବାଚନ ସହ ନୂଆପଡା ଉପ ନିର୍ବାଚନ କରାଯିବ ତେଣୁ କଂଗ୍ରେସ ପଦଯାତ୍ରା କାର୍ଯ୍ୟକ୍ରମର ପରିବର୍ତ୍ତନ ହୋଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking