24.1 C
Bhubaneswar
Saturday, March 28, 2026
Homeଓଡିଶାସ୍କର୍ପିଓ-ହାଇୱା ଧକ୍କା: ୨ ମୃତ

ସ୍କର୍ପିଓ-ହାଇୱା ଧକ୍କା: ୨ ମୃତ

ରାଉରକେଲା: ଖଣ୍ଡାଧାର ଜଳପ୍ରପାତରେ ବଣଭୋଜି କରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ରବିବାର ଅପରାହ୍‌ଣରେ ୧୪୩ନଂ ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ସମ୍ମୁଖରେ ସ୍କର୍ପିଓ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଥିଲା। ସ୍କର୍ପିଓ ଭାରସାମ୍ୟ ହରାଇ ଜାତୀୟ ରାଜପଥର ବାମରୁ ଡାହାଣପାର୍ଶ୍ବକୁ ମାଡ଼ିଯାଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦ୍ରୁତ ଗତିରେ ଥିବା ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ସ୍କର୍ପିଓ ଚଳାଉଥିବା ଜୈସ୍ବାଲ ମୋଟର୍ସର ସେଲ୍‌ସ ମ୍ୟାନେଜର ଆଦିତ୍ୟ ରାଉଳ (୨୮) ଏବଂ ସେଲ୍‌ସମ୍ୟାନ୍‌ ବିପିନ କୁମାର ସେଠୀ (୨୬)ଙ୍କର ମୃତ୍ୟୁ ହୋଇଥିଲା। ସ୍କର୍ପିଓ ଭିତରେ ଫସି ରହିଥିବା ସେଲ୍‌ସ ମ୍ୟାନେଜର ଆଦିତ୍ୟଙ୍କୁ ପ୍ରାୟ ଘଣ୍ଟାଏ ପରେ ଉଦ୍ଧାର କରାଯାଇଥିଲା। ଅନ୍ୟ ଦୁଇ ସେଲ୍‌ସମ୍ୟାନ୍‌ ଶେଖ୍‌ ରମଜାନ୍‌ ଏବଂ ପବିତ୍ର ସାହୁ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଶେଖ୍‌ ରମଜାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ଶବାଗାରରେ ରଖିଛି। ଦୁର୍ଘଟଣାଗ୍ରସ୍ତ ଦୁଇଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking