25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଜେସିବି ସହ ସ୍କୁଟି ଧକ୍କା: ଜଣେ ମୃତ

ଜେସିବି ସହ ସ୍କୁଟି ଧକ୍କା: ଜଣେ ମୃତ

ମୁମ୍ବାଇ: ମୁମ୍ବାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସେୱରିର ଜାକାରିଆ ବନ୍ଦର ରୋଡ୍‌ରେ ବେଆଇନ ଭାବେ ପାର୍କିଂ ହୋଇଥିବା ଏକ ଜେସିବି ମେସିନ୍ ସହ ଏକ ସ୍କୁଟି ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ଲାଲବାଗ୍ ନିବାସୀ ସ୍ୱପ୍ନିଲ ମୋରେ ବୋଲି ଚିହ୍ନଟ କରାଯାଇଛି । ସେ ତାଙ୍କ ପରିବାର ସହ ରାତ୍ରିି ଭୋଜନ ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣାଟି ଘଟିଛି । ପୋଲିସ ସୂଚନା ଅନୁସାରେ ଘଟଣାଟି ନଭେମ୍ବର ୭ ବିଳମ୍ବିତ ରାତିରେ କ୍ରିପ୍ଟନ ଟାୱାର ନିକଟରେ ଘଟିଛି । ଘଟଣା ସମ୍ପର୍କରେ ସ୍ୱପ୍ନିଲ ମୋରେଙ୍କ ବାପା ଅଭିଯୋଗ କରିଥିଲେ । ଅଭିଯୋଗ କିଛନ୍ତି ଯେ ଜେସିବିକୁ ବେଆଇନ ଏବଂ ଅସାବଧାନତାପୂର୍ଣ୍ଣ ଭାବରେ  ନୋ – ପାର୍କିଂ ଜୋନ୍‌ରେ ରଖାଯାଇଥିଲା । ଡ୍ରାଇଭର ଏବଂ ମାଲିକଙ୍କ ଅବହେଳା ତାଙ୍କ ପୁଅର ମୃତ୍ୟୁର କାରଣ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking