ରାଉରକେଲା: ରାଉରକେଲା ବିମାନ ବନ୍ଦର ସମ୍ମୁଖରେ ଏକ ସ୍କୁଟି ଜଳିଯାଇଛି । ଭାଗ୍ୟବଶତଃ ସ୍ତୁଟିରେ ଥିବା ଜଣେ ଯୁବତୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଜଣେ ଯୁବତୀ ସ୍କୁଟିରେ ସ୍ପେଶ ଛକ ଦେଇ ଛେଣ୍ଡସ୍ଥ ବାସଭବନକୁ ଫେରୁଥିଲେ। ବିମାନବନ୍ଦର ପାଖରେ ସ୍କୁଟିରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଦେଖିଲା ବେଳୁ ଗାଡିଟି ଜଳିବା ଆରମ୍ଭ ହୋଇଥିଲା।ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଲୁ ସ୍କୁଟିଟି ଜଳି ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିଲା ।










