ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଔରିଆ ଜିଲ୍ଲାରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସ୍କୁଲ କୁ ଯିବା ସମୟରେ ଦୁଇଜଣ ଲୋକ ଥଆଙ୍କୁ ହଇରାଣ କରି ଗଣଦୁଷ୍କର୍ମ କରିଥିଲେ । ଝିଅଟି ଘଟଣା ବିଷୟରେ ପରିବାର ଲୋକକୁ ଜଣାଇଥିଲେ । ହେଲେ ସେମାନେ ସାମାଜିକ ଲଜ୍ଜା ଭୟରେ ପୋଲିସ ଅଭିଯୋଗ କରିନଥିଲେ । ତାଙ୍କ ବାପା ପୋଲିସ ପାଖକୁ ନ ଯାଇ ଅଭିଯୁକ୍ତଙ୍କ ପରିବାର ସହ କଥା ହୋଇ ନିଯ୍ୟାତନା ଜାରି ରହିଥିଲା । ଏପ୍ରିସ ୧୯ରେ ଅଭିଯୁକ୍ତମାନେ ବାଇକରେ ଆସି ଝିଅଟିକୁ ଧମକ ଦେଇଥିଲେ । ସେମାନେ ତାକୁ ଫୋନ ଦ୍ୱାରା ଭୟଭୀତ କରାଇ ଅପହରଣ କରିବାକୁ ଧମକ ଦେଉଥିଲେ । ଏହାରି ମଧ୍ୟରେ ଛାତ୍ରୀଟି ଡରିଯାଇ ପରୀକ୍ଷା ସାରି ଘରେ ରହିଥିଲେ । ଏପ୍ରିଲ ୨୪ରେ ସେ ଆତ୍ମହତ୍ୟା କରିଥିଲେ । ତାଙ୍କ ବାପା ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଦିନ ପରେ ଏପ୍ରିଲ ୨୬ ତାରିଖରେ ପୋଲିସ ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।










