24.1 C
Bhubaneswar
Wednesday, February 4, 2026
Homeଓଡିଶାବିଦ୍ୟାଳୟରେ ଦନ୍ତାର ଉପଦ୍ରବ: ଶିକ୍ଷକ, ଶିକ୍ଷୟିତ୍ରୀ ଆତଙ୍କିତ

ବିଦ୍ୟାଳୟରେ ଦନ୍ତାର ଉପଦ୍ରବ: ଶିକ୍ଷକ, ଶିକ୍ଷୟିତ୍ରୀ ଆତଙ୍କିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ପଞ୍ଚାୟତର ବଡ଼ଗାଁ ବନାଞ୍ଚଳର କୁଇଲସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ମଧ୍ୟରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଭୟଙ୍କର ଉପଦ୍ରବ ସୃଷ୍ଟି କରିଛି। ନୂଆବର୍ଷ ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିବା ସମୟରେ ଏହି ଘଟଣା ଘଟିଛି। ନୂଆବର୍ଷ ଦିନ ରାତିରେ ଦନ୍ତାଟି ପ୍ରଥମେ ବିଦ୍ୟାଳୟର ପାଚେରୀ ଭାଙ୍ଗି ପ୍ରାଙ୍ଗଣକୁ ପଶିଥିଲା। ପରେ ଏକ ଶ୍ରେଣୀକକ୍ଷର କବାଟ ଭାଙ୍ଗିଥିଲେ ମଧ୍ୟ ସେଠାରେ କିଛି ଖାଦ୍ୟ ନମିଳିବାରୁ ଗୋଦାମ ଓ ପରେ ରୋଷେଇ ଘରକୁ ଯାଇଥିଲା। ରୋଷେଇ ଘରର କବାଟ ଭାଙ୍ଗି ଦନ୍ତାଟି ୩ ବସ୍ତା ଚାଉଳ ଖାଇବା ସହ ବାକି ଚାଉଳକୁ ଦଳିମକଚି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି।ଘଟଣା ବିଷୟରେ ସୂଚନା ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିପୂରଣ ପ୍ରଦାନ କରାଯିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking