27.1 C
Bhubaneswar
Saturday, December 6, 2025
Homeଓଡିଶା୨୪ ଯାଏଁ ଯାଜପୁରରେ ସ୍କୁଲ ଛୁଟି

୨୪ ଯାଏଁ ଯାଜପୁରରେ ସ୍କୁଲ ଛୁଟି

ଯାଜପୁର: ଯାଜପୁରରେ ଏବେ ଥମୁନି ଡାଇରିଆ କୋପ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ । ତେବେ ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଥିବାବେଳେ ଯାଜପୁରରେ କିନ୍ତୁ ୨୪ ଯାଏଁ ସ୍କୁଲ ଛୁଟି ରହିବ । ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।

ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାଗଣ୍ଡ କହିଥିଲେ ଯେ ୩ ଜିଲ୍ଲାରେ ସ୍ଥିତି ଦେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ । ସ୍ଥିତି ଅଣାୟତ୍ତ ଥିଲେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ । ପିଲାମାନଙ୍କୁ ଫୁଟା ପାଣି ପିଇବା ପାଇଁ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ଗରମ ଖାଦ୍ୟ ଦିଆଯିବ । ସ୍କୁଲ ପାଣି ଟାଙ୍କି ସଫା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking