ନୂଆପଡା: ନୂଆପଡାରେ ଭୟଙ୍କର ସଡକ ଦୁର୍ଘଟଣା। ଚାନମୁଣ୍ଡା ଏବଂ ଖଇରାନି ଗାଁ ନିକଟରେ ମହାମାୟା ପବ୍ଲିକ୍ ସ୍କୁଲର ଏକ ବସ୍ ଜଣେ ବୃଦ୍ଧା ମହିଳା ଚଲାଉଥିବା ସାଇକେଲକୁ ଧକ୍କା ଦେଇଛି। ଧକ୍କା ପରେ ମହିଳାଙ୍କ ନାକ ଏବଂ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଦୁର୍ଘଟଣା ପରେ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ବସ୍ଟି ରାସ୍ତାରୁ ନିକଟସ୍ଥ ଚାଷ ଜମିକୁ ଓଲଟି ପଡ଼ିଥିଲା। ଏହା ପରେ ଡ୍ରାଇଭର ବସ୍ଟିକୁ ଛାଡ଼ି ପଳାଇ ଯାଇଥିଲା। ଖବର ପାଇବା ପରେ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପିଲାମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ନେଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।









