19.1 C
Bhubaneswar
Monday, February 2, 2026
Homeଓଡିଶାସ୍କୁଲ୍ ଗାଡ଼ିକୁ ପିଟିଲା ବାଲି ହାଇୱା: ଚାଳକ ଆହତ

ସ୍କୁଲ୍ ଗାଡ଼ିକୁ ପିଟିଲା ବାଲି ହାଇୱା: ଚାଳକ ଆହତ

ଯାଜପୁର: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା। ଘରୋଇ ସ୍କୁଲ ମ୍ୟାଜିକ ଗାଡ଼ିକୁ ପିଟିଲା ବାଲି ଆଣିବାକୁ ଯାଉଥିବା ହାଇୱା। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଛନ୍ଦାମୁଣ୍ଡ ଛକ ନିକଟରେ ସ୍କୁଲ ପିଲାଙ୍କୁ ଆଣିବାକୁ ଯାଉଥିବା ଏକ ମ୍ୟାଜିକ ଗାଡ଼ିକୁ ଧକ୍କା ଦେଇଛି ହାଇୱା। ଆଜି ସକାଳେ ଦିଲ୍ଲୀ ପବ୍ଲିକ ସ୍କୁଲର ଗାଡ଼ିଟି ବାଙ୍ଗରା ଅଭିମୁଖେ ପିଲାଙ୍କୁ ଆଣିବାକୁ ଯାଉଥିବା ବେଳେ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଏକ ହାଇୱା ତାକୁ ଧକ୍କା ଦେଇଥିଲା। ସ୍କୁଲ ଗାଡ଼ିରେ ପିଲା ନଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ସୂଚନା। ଗାଡ଼ିର ସମ୍ମୁଖ ଭାଗରେ କ୍ଷତି ହୋଇଛି। ତେବେ ବାଲି ଆଣିବାକୁ ଯାଉଥିବା ବେଳେ ହାଇୱା ସ୍କୁଲ ମ୍ୟାଜିକ ଗାଡ଼ି ମୁହାଁମୁହିଁ ହୋଇଥିବା ଜଣାପଡିଛି। ଖବର ପାଇଁ ପୋଲିସ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking