15.1 C
Bhubaneswar
Tuesday, January 13, 2026
Homeଓଡିଶାଏସ୍‌ସିବିରେ ବାତ୍ୟା ମୁକାବିଲା ପ୍ରହସନ; ବିନା ଡୋନର୍‌ରେ ରୋଗୀଙ୍କୁ ମିଳିଲାନି ରକ୍ତ

ଏସ୍‌ସିବିରେ ବାତ୍ୟା ମୁକାବିଲା ପ୍ରହସନ; ବିନା ଡୋନର୍‌ରେ ରୋଗୀଙ୍କୁ ମିଳିଲାନି ରକ୍ତ

କଟକ: ବାତ୍ୟା ସମୟରେ ରୋଗୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଗତକାଲି ଜଣେ ରୋଗୀଙ୍କୁ ରକ୍ତ ପାଇବା ପାଇଁ ହିନସ୍ତା ହେବାକୁ ପଡ଼ଛି। ବାତ୍ୟା ବେଳେ ୧ ୟୁନିଟ୍ ରକ୍ତ ଦେବା ପାଇଁ ଡୋନର ଖୋଜିଥିଲେ ଏସ୍‌ସିବି ରକ୍ତଭଣ୍ଡାରର ଦୁଇଜର କର୍ମଚାରୀ କହିଥିଲେ। ଡୋନର ବିନା ରକ୍ତ ଦେଇ ହେବନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ। ରୋଗୀଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଉଠାଇଛନ୍ତି। ଯାଜପୁର ମଙ୍ଗଳପୁର ଅଞ୍ଚଳର କାଞ୍ଚନ ଜେନା (୪୫) ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। କାଞ୍ଚନଙ୍କୁ ରକ୍ତର ଆବଶ୍ୟକ ଥିବା ବିଭାଗରେ ଡାକ୍ତର କହିଥିଲେ। ଗୁରୁବାର କାଞ୍ଚନଙ୍କ ସମ୍ପର୍କୀୟ ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରକୁ ଯାଇଥିଲେ । ମାତ୍ର କର୍ମଚାରୀ ମାନଙ୍କ ଯୋଗ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବାତ୍ୟା ସମୟରେ ଡୋନର ଯୋଗାଡ କରିବା ଅସମ୍ଭବ ବ୍ୟାପାର ଥିଲା। ଏଣୁ ଗୋଟିଏ ରକ୍ତ ୟୁନିଟ ଦେବାକୁ ସେ ନିବେଦନ କରିଥିଲେ। ହେଲେ ସେଠାରେ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। କାଞ୍ଚନଙ୍କ ସମ୍ପର୍କୀୟ ଭଳି ଅନେକ ରୋଗୀଙ୍କ ସମ୍ପର୍କୀୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ବାତ୍ୟା ସମୟରେ ରୋଗୀଙ୍କୁ ତୁରନ୍ତ ରକ୍ତ ୟୁନିଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା। ଯଦି ଏଭଳି ଘଟଣା ସତ ହୋଇଥାଏ ତାହେଲେ ତଦନ୍ତ ହେବ ବୋଲି ଏସ୍‌ସିବି ପ୍ରଶାସନିକ ଅଧିକାରୀ ଡଃ ଅବିନାଶ ରାଉତ କହିଛନ୍ତି। ବାତ୍ୟା ସମୟରେ ରୋଗୀ କିପରି ହଇରାଣ ନହେବେ ସେଥିପାଇଁ ନିଜସ୍ୱ ଉଦ୍ୟମରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ରହିଥିଲା। ଏପରିକି ବିଦ୍ୟୁତ ସେବା ବ୍ୟାଘାତ ନଘଟିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking