20.1 C
Bhubaneswar
Monday, January 19, 2026
Homeଓଡିଶାବାତ୍ୟା ଦାନା ପାଇଁ ଏସସିବି ମେଡିକାଲ ପ୍ରସ୍ତୁତ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ଦାନା ପାଇଁ ଏସସିବି ମେଡିକାଲ ପ୍ରସ୍ତୁତ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ବାବ୍ୟ ବାତ୍ୟା ଦାନାର ପ୍ରଭାବକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଯେଭଳି କୌଣସି ବାଧା ନ ଉପୁଜେ, ସେଥିପାଇଁ ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସମସ୍ତେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବାକୁ ହସ୍ପିଟାଲ ପ୍ରସ୍ତୁତ ରହିଛି ବୋଲି ମେଡିକାଲ କୂଳସଚିବ ଅବିନାଶ ରାଉତ କହିଛନ୍ତି। ହସ୍ପିଟାଲରେ ଆବଶ୍ୟକ ମୁତାବକ ଔଷଧ, ହାଲୋଜିନ ବଟିକା, ଓଆରଏସ, ପାନୀୟ ଜଳ, ନିରବଛିନ୍ନ ବିଦ୍ୟୁତ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିୟୁ, ଅସ୍ତ୍ରୋପଚାର କକ୍ଷ ଓ ୱାର୍ଡ ଗୁଡିକୁ ଡିଜି ସେଟ ସହ ସଂଯୋଗ କରାଯାଇଛି। ହସ୍ପିଟାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। କଂଟ୍ରୋଲ ରୁମ ନମ୍ବର ଗୁଡିକ ହେଲା ୦୬୭୧-୨୪୨୨୦୩୨ ଓ ୨୯୯୨୮୦୦। ଏଥିସହ ଆମ୍ବୁଲାନ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking