ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ତେବେ ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି । ଦିଲ୍ଲୀର ୭୦ ଆସନରୁ ୪୭ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୩ ସିଟରେ ଆଗୁଆ, ସେହିପରି କଂଗ୍ରେସ ଶୂନ ସିଟ ପାଇଛି ।ନିର୍ବାଚନରେ ହାରିଲେ ସତ୍ୟେନ୍ଦ୍ର ଜୈନ । ଶକୁରିବସ୍ତି ଆସନରୁ ହାରିଛନ୍ତି ସତ୍ୟେନ୍ଦ୍ର । ବିଜେପି ପାର୍ଥୀ କର୍ଣ୍ଣେଲ ସିଂଙ୍କ ଠାରୁ ହାରିଛନ୍ତି ସତ୍ୟେନ୍ଦ୍ର । ଗତ ନିର୍ବାଚନ (୨୦୨୦) ତୁଳନାରେ ବିଜେପି ଏହାର ଆସନ ୩୯ ବୃଦ୍ଧି କରିଛି । ସେହି ସମୟରେ, ଆପ ୩୯ଟି ଆସନ ହରାଇଛି । କଂଗ୍ରେସ ଏଥର ମଧ୍ୟ ଖାଲି ହାତରେ ରହିଲା । ଗୋଟିଏ ବି ଆସନ ଜିତିପାରିଲେ ନାହିଁ ।