ଭୁବନେଶ୍ୱର: ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସସ୍ମିତ ପାତ୍ର । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଲେ । ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଥିବା ଅଭିଯୋଗ କଲେ ସସ୍ମିତ ପାତ୍ର । ବକ୍ସାଇଟ ଖଣି ପ୍ରକଳ୍ପକୁ ନେଇ ଆଦିବାସୀ ଭାଇ ଭଉଣୀ ବିରୋଧ କରୁଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଛି । ପୋଲିସ ମାଡରେ ଅନେକ ଆଦିବାସୀ ଆହତ ହୋଇଛନ୍ତି, ଯାହାକି ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ହସ୍ତକ୍ଷେପ କରି ଆଦିବାସୀଙ୍କ ଅଧିକାର , ସମ୍ମାନ, ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ।










