31.1 C
Bhubaneswar
Saturday, February 7, 2026
Homeଓଡିଶାସାର୍ଥକ ମହାପାତ୍ର ନିଖୋଜ: କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ସାର୍ଥକ ମହାପାତ୍ର ନିଖୋଜ: କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ଭୁବନେଶ୍ୱର: ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ । କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରାଳୟ ସଚିବ ନିଜେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ସିପିଂ ମହାନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମିଳିବା ପରେ ସିପିଂ ଡିଜିଙ୍କ ତରଫରୁ ସିଙ୍ଗାପୁର ଓ ମରିସସ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ଏହା ସହିତ ଭାରତର ବିଭିନ୍ନ ସଂସ୍ଥା ସହିତ ମଧ୍ୟ ସମନ୍ଵୟ ରଖାଯାଇଛି । ମିଳିତ ଭାବେ ସାର୍ଥକଙ୍କୁ ଖୋଜାଖୋଜି ଚାଲିଛି ।ସାର୍ଥକଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ସିପିଂ ଡିଜି ନିଜେ ନିୟମିତ ଭାବେ ଅପଡେଟ୍ ନେଉଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଗତ ୩ ତାରିଖରୁ ନିଖୋଜ ଅଛନ୍ତି ସାର୍ଥକ । ଏହି ସମୟରେ ତାଙ୍କର ଜାହାଜ ସିଙ୍ଗାପୁରରୁ ଚୀନକୁ ଯାଉଥିଲା । ସେବେଠାରୁ ସାର୍ଥକଙ୍କ କୌଣସି ଖୋଜ ଖବର ମିଳୁନି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking