21.1 C
Bhubaneswar
Tuesday, February 10, 2026
Homeଓଡିଶାହୃଦ୍‌ଘାତରେ ସରପଞ୍ଚଙ୍କ ସ୍ୱାମୀ ମୃତ

ହୃଦ୍‌ଘାତରେ ସରପଞ୍ଚଙ୍କ ସ୍ୱାମୀ ମୃତ

କୋଣାର୍କ: ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରଜ୍ଞାପରମିତା ନାୟକ ଓରଫ ମିକିଙ୍କ ସ୍ୱାମୀ ବାବନ ଚନ୍ଦ୍ର ନାୟକ(୪୦)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବନାଖଣ୍ଡି ପଞ୍ଚାୟତର ମାଙ୍କରଗୋରଡ଼ି ଗ୍ରାମର ବାବନ ନାୟକ(୪୦) ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକ ତୁରନ୍ତ ତାଙ୍କୁ ଗୋପ ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏପରି ଜଣେ ଯୁବନେତାଙ୍କୁ ହରାଇ ବାବନଙ୍କ ଗାଁ ମାଙ୍କରଗୋରଡି ସହ ସମଗ୍ର ବନାଖଣ୍ଡି ପଞ୍ଚାୟତ ସ୍ତବ୍ଧ ହୋଇଯାଇଛି। ସ୍ୱର୍ଗତ ବାବନ ଯୁବନେତା ଭାବେ ଖୁବ ପରିଚିତ ଥିଲାବେଳେ ସେ ଜଣେ ପରୋପକାରୀ ସମାଜସେବୀ ଓ ସ୍ୱେଛାସେବୀ ଭାବେ ପରିଚିତ ଥିଲେ। ସମଗ୍ର ବନାଖଣ୍ଡି ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। କୋଣାର୍କ ପୁଲିସ ପକ୍ଷରୁ ଶବ ଜବତକରି ଏକ ମାମଲା ରୁଜୁକରାଯିବା ସହ ଛାରିଛକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଖବର ପାଇ ବନାଖଣ୍ଡି ପଞ୍ଚାୟତର ଶତାଧିକ ମହିଳା ପୁରୁଷଙ୍କ ସମେତ ବିଜେପିର ବରିଷ୍ଠ ନେତା ବାଇଧର ମଲ୍ଲିକ, ବହୁ ମାନ୍ୟଗଣ ବ୍ୟକ୍ତି ସ୍ୱର୍ଗତ ବାବନଙ୍କ ଶେଷଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking