26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶସଂଯୁକ୍ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ସଂଯୁକ୍ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି ।

ସଂଯୁକ୍ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋଶାଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂଯୁକ୍ତା ସେଠୀଙ୍କର ତ୍ୟାଗ, ନିଷ୍ଠା ଓ ଜନସେବା ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ । ଏହା ସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂଯୁକ୍ତାଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସଂଯୁକ୍ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ । ଆଗାମୀ ଦିନରେ ସେ ଆହୁରି ସଫଳତା ପାଆନ୍ତୁ ବୋଲି ନବୀନ କାମନା କରିଛନ୍ତି ।

ସେହିପରି ନର୍ସିଂ ଅଫିସର ସଂଯୁକ୍ତା ସେଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ତଥା ଉତ୍ତମ ସେବା ଯୋଗାଇବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନରେ ସମ୍ମାନିତ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ସଂଯୁକ୍ତା ସେଠୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କ ସେବା ଏମିତି ଜାରି ରହୁ । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking