32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ସକାଳୁ ଶିକାର ଖୋଜୁଥିଲା ସଞ୍ଜୟ ରଏ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ସକାଳୁ ଶିକାର ଖୋଜୁଥିଲା ସଞ୍ଜୟ ରଏ

କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ସାମିଲ ଥିବା କୋଲକାତା ପୁଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲା । ଏହି ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ସା୍ମ୍ନାକୁ ଆସୁଛି । ସିବିଆଇ ଟିମ ଏହି ଘଟଣାର ଯାଞ୍ଚ ଜାରି ରଖିଛି । ସମ୍ପ୍ରତି ଏକ ରିପୋର୍ଟ ମିଳିଛି କି ଘଟଣା ଘଟାଇବା ଦିନ ସଞ୍ଜୟ ରାଏ ସକାଳୁ ଏମିତି ଜଣେ ଯୁବତୀଙ୍କୁ ଖୋଜୁଥିଲା ଯିଏକି ଏକା ରହିଥିବେ । ଯେଉଁଦିନ ସେ ଟ୍ରେନି ମହିଳାଙ୍କୁ ସେମିନାର ହଲରେ ଦୁଷ୍କର୍ମ କରିଥିଲା ସେ ଦିନ ସଞ୍ଜୟ ତାର ଜଣେ ସାଙ୍ଗ ସହିତ ରେଡ ଲାଇଟ ଏରିଆ ସୋନାଗାଛି ଓ କାଲିଘାଟ ଯାଇଥିଲା ।

ସେଠାରୁ ଫେରିବା ପରେ ସେ ଏମିତି ଜଣେ ଯୁବତୀଙ୍କୁ ନିଜର ଶିକାର କରିବାକୁ ଖୋଜୁଥିଲା ଯିଏକି ଏକା ଥିବେ । ଏଭଳି ସମୟରେ ସେ କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ପ୍ରବେଶ କରି ଟ୍ରେନି ଡାକ୍ତରଙ୍କୁ ବିଶ୍ରାମ କରୁଥିବା ଦେଖି ତାଙ୍କୁ ତାର ଶିକାର ବନାଇ ଦେଇଥିଲା । ପୀଡ଼ିତ ଟ୍ରେନି ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ହତ୍ୟା ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲା । ଏପରିକି ପୀଡିତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ଭିତରେ କାଚ ପଶିଯାଇଥିଲା । ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପୂର୍ବରୁ ବିରୋଧ ପାଇଁ ଅମାନୁଷିକ ଭାବେ ମାଡ ମରାଯାଇଥିଲା । ତାଙ୍କୁ ଏଭଳି ଭାବେ ମାଡ ମରାଯାଇଥିଲା ଯେ ପୀଡିତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୀଡିତାଙ୍କ ହାତ ଓ ଚେହେରାରେ କାମୁଡା ଦାଗ ମଧ୍ୟ ରହିଥିଲା । ଅଭିଯୁକ୍ତ ପୀଡିତାଙ୍କ ମୁଣ୍ଡକୁ ଏତେ ଜୋରରେ କାନ୍ଥରେ ବାଡେଇ ଦେଇଥିଲା ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking