15.1 C
Bhubaneswar
Friday, December 19, 2025
Homeଓଡିଶାବିଦ୍ୟୁତ୍ ଟାରିଫ ଅପରିବର୍ତିତ, ମିଟର ରେଣ୍ଟ ଛାଡ଼ କରିବାରୁ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ...

ବିଦ୍ୟୁତ୍ ଟାରିଫ ଅପରିବର୍ତିତ, ମିଟର ରେଣ୍ଟ ଛାଡ଼ କରିବାରୁ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମୀର ମହାନ୍ତି

– ରାଜ୍ୟର ଲକ୍ଷଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଲାଭବାନ ହେବେ
– ଆଗାମୀ ଦିନରେ ଆହୁରି ବିଦ୍ୟୁତ୍ ସଂସ୍କାର କରାଯିବ
– ଆଗକୁ ଆହୁରି ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦିଆଯିବ

ଭୁବନେଶ୍ୱର: ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷିଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନୂତନ ଯୋଜନା ପ୍ରଣୟନ କରିବା ସହ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି । ଏବେ ବିଜେପି ସରକାର ବିଦ୍ୟୁତ୍ ଦର ପୂର୍ବପରି ଅପରିବର୍ତିତ ରଖିବା ସହ ୨ କିଲୋୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟରର ମାସିକ ରେଂଟ ଛାଡ଼କରି ଉପଭୋକ୍ତା ପାଇଁ ଆଶ୍ୱସ୍ତି ଆଣି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ସ୍ମାର୍ଟମିଟର ଲାଗି ମାସିକ ୬୦ ଟଙ୍କା ରେଂଟ ହିସାବରେ ଦେବାକୁ ପଡ଼ୁଥିଲା । ସରକାରଙ୍କ ନୂଆ ନିଷ୍ପତି ଫଳରେ ମିଟର ରେଂଟରୁ ଗ୍ରାହକ ଆଶ୍ୱସ୍ତି ପାଇବେ । ଏହା ଫଳରେ ଲୋକଙ୍କ ମାସିକ ବିଦ୍ୟୁତ୍ ଦେୟ ମଧ୍ୟ ହ୍ରାସ ପାଇବ । ଏହାଦ୍ୱାରା ରାଜ୍ୟର ଲକ୍ଷଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଲାଭବାନ ହେବେ । ନୂଆସ୍ମାର୍ଟ ମିଟର ଲଗାଇଲେ ବି ଏହି ରେଂଟ ଦେବାକୁ ପଡ଼ିବନି । ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେହିଭଳି ମେସେଜ ଓ ଇମେଲ୍‌ରେ ଇ-ବିଲ୍ ନେଲେ ବିଲ୍ ପିଛା ୧୦ ଟଙ୍କା ଛାଡ଼ ମିଳିବ । ପ୍ରିପେଡ୍ ମିଟରରେ ୪ ପ୍ରତିଶତ ରିହାତି ମିଳିବ । ଡିଜିଟାଲ୍ ପେମେଂଟରେ ପୂର୍ବ ଭଳି ୪ ପ୍ରତିଶତ ରିହାତି ମିଳିବ । ୧୦ କିଲୋୱାଟରୁ ଅଧିକ ଲୋଡ୍ ବ୍ୟବହାରକାରୀଙ୍କୁ ଦିନ ୮ଟାରୁ ଅପରାହ୍ନ ୪ଟା ଯାଏ ବିଜୁଳି ବିଲ୍‌ରେ ୨୦ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ବିଜୁଳି ଦର ଯାହାଥିଲା ଏବେ ତାହା ହିଁ ରହିବ । ଏଭଳି ବିଦ୍ୟୁତ୍ ସଂସ୍କାର ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଆଗକୁ ଆହୁରି ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking