28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସମ୍ଭାଲ ମସଜିଦ ସର୍ଭେ ସ୍ଥଗିତ

ସମ୍ଭାଲ ମସଜିଦ ସର୍ଭେ ସ୍ଥଗିତ

ସମ୍ଭାଲ: ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭଲରେ ଜାମା ମସଜିଦ ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ବିବାଦ। ମୋଗଲ ଶାସକ ବାବରଙ୍କ ସମୟରେ ୧୫୨୬ ମସିହାରେ ଏଠାରେ ହିନ୍ଦୁ ମନ୍ଦିର ଉଚ୍ଛେଦ କରାଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ପକ୍ଷ। ଏହାକୁ ନେଇ ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମସଜିଦ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଏହି ଆବେଦନର ଶୁଣାଣି କରି ଟ୍ରାଏଲ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ କମିଟିକୁ ସର୍ଭେ (ଏଏସଆଇ) ନିର୍ଦ୍ଦେଶ ଦେଇଥିଲେ। ସର୍ଭେ ଟିମ୍ ଉପରକୁ ପଥର ମାଡ଼ କରିବା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେବି ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ 6ରେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking