20.1 C
Bhubaneswar
Sunday, February 15, 2026
Homeଅପରାଧସମ୍ବଲପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ

ସମ୍ବଲପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ

ସମ୍ବଲପୁର : ସମ୍ବଲପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ । ତେବେ ଏହି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘାଟଣାରେ ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଯେଉଁଥିରେ ଏହି ଡକାୟତ ମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତ କରି କରିଥିବା ଜଣାପଡ଼ିଛି । ପୋଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ସୂଚନା ଅନୁଯାୟୀ, ପୋଲିସ ସମ୍ବଲପୁରର ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଘଟଣାକୁ ଅନୁଧ୍ୟାନ କରି ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ଏହି ଡକାୟତ ମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ମୁଣ୍ଡଘଟ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଡକାୟତି ଘଟଣାରେ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର, ୫ ଲକ୍ଷ୍ୟ ୧୨ ହଜ଼ାର ଟଙ୍କା, ୧୧ଟି ମୋବାଇଲ, ୫ଟି ବାଇକ୍ ଜବତ ହୋଇଛି। ୨ଟି ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି ବୁର୍ଲା ପୋଲିସ। ଏହା ପୂର୍ବରୁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜ଼ିଲ୍ଲା ରେ ମଧ୍ୟ ଏମାନେ ଅପରାଧ କରିଥିବା ସମ୍ବଲପୁର ପୋଲିସ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking