17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦର ସ୍ପେଶାଲ ଟ୍ରେନ୍‌

ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦର ସ୍ପେଶାଲ ଟ୍ରେନ୍‌

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା। ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହାଓ୍ବଡା ନାଲପୁର ଷ୍ଟେସନ ନିକଟରେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନର ଗୋଟିଏ ପାର୍ସଲ କୋଚ୍ ଏବଂ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନଟି ଏକ ନମ୍ବର ଲାଇନରୁ ଖସିଯାଇ ୨ ନଂ ଲାଇନକୁ ମାଡିଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିନଥିବାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୂରା ସ୍ଥିତି ପରଖିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍‌ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking