21.1 C
Bhubaneswar
Sunday, December 7, 2025
Homeଓଡିଶାସାଲିଆ ସାହିରେ ଉଚ୍ଛେଦ: ଗଦା ଗଦା ଆଧାରକାର୍ଡ

ସାଲିଆ ସାହିରେ ଉଚ୍ଛେଦ: ଗଦା ଗଦା ଆଧାରକାର୍ଡ

ଭୁବନେଶ୍ୱର: ସାଲିଆ ସାହିରେ ଉଚ୍ଛେଦ ବେଳେ ମିଳିଲା ହଜାର ହଜାର ଆଧାରକାର୍ଡ । ଏତେ ସଂଖ୍ୟକ ଆଧାକାର୍ଡ  ଗୋଟିଏ ଘର ଭିତରୁ ବାହାରିବା  ପରେ ଅନେକ ପ୍ରଶ୍ନ ଉଠିଛି । ଏଗୁଡିକ ଅସଲି ନା ନକଲି । କାହିଁକି ଏବଂ ଆଉ କେଉଁ ଉଦ୍ଦେଶ୍ୟରେ  ଏହି ଆଧାରକାର୍ଡ ରଖାଯାଇଥିଲା । କିଏ ଏହି ଆଧାରକାର୍ଡ ରଖୁଥିଲା ।  ଏହାର ତଦନ୍ତ ହେବା ଆବ୍ୟକ ।  ଚାଲିଛି ଉଚ୍ଛେଦ ପ୍ରକ୍ରିୟା ଏବଂ ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା । ଉତ୍ତେଜନା ମୂଳକ ପରିସ୍ଥିତି ସେଠାରେ ଉପୁଜିଛି । ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍‌ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି । ପୂର୍ବରୁ ମଧ୍ୟ ଉଚ୍ଛେଦ କରିଥିଲା ବିଡିଏ ଏବଂ ବିଏମସି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ପ୍ରାୟ ୫୧୭ ଘର ଉଚ୍ଛେଦ କରାଯିବ । ଉଚ୍ଛେଦରେ ବିଏମସି ବିଡିଏ ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking