ଭୁବନେଶ୍ୱର: ଉଚ୍ଛେଦ ହେଲା ସାଲିଆ ସାହି। ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଛନ୍ତି ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିର କିଛି ଅଞ୍ଚଳ ଉଚ୍ଛେଦ କରୁଛନ୍ତି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିବାକୁ ଯାଉଛି ବିଏମସି ଓ ବିଡିଏ ।ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ। ସେପଟେ ବୁଦ୍ଧବିହାର ଟ୍ରାଂଜିଟ ହାଉସରେ ୭ ଦିନର ରହିବା ଖାଇବା ବ୍ୟବସ୍ଥା କରିଛି ବିଏମ୍ସି ।










