24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶ୨ଗୁଣ ବଢିଲା ମଦ୍ରାସା ଶିକ୍ଷକଙ୍କ ଦରମା

୨ଗୁଣ ବଢିଲା ମଦ୍ରାସା ଶିକ୍ଷକଙ୍କ ଦରମା

ମୁମ୍ବାଇ: ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ଶାସକ ଦଳ ପକ୍ଷରୁ ଏବେ ନିର୍ବାଚନୀ ଥୋପ ପକାଇବା ନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର କ୍ଷମତାସୀନ ବିଜେପ-ଶିବସେନା-ଏନ୍‌ସିପି (ମହାୟୁତି) ମେଣ୍ଟ ସରକାର। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସଂଖ୍ୟାଲଘୁଙ୍କ ପାଇଁ ନିଆଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ମଦ୍ରାସାର ବି.ଇଡି ଓ ଡି.ଇଡି ଶିକ୍ଷକଙ୍କ ଦରମାକୁ ୨ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବି.ଇଡି ଓ ଡି.ଇଡି ଶିକ୍ଷକଙ୍କୁ ମଦ୍ରାସାରେ ଗଣିତ, ବିଜ୍ଞାନ ଓ ହିନ୍ଦୀ ଶିକ୍ଷା ପ୍ରଦାନ କରିବା ପାଇଁ ଠିକାରେ ନିଯୁକ୍ତି ମିଳିଥାଏ। ମଦ୍ରାସା ପାଠ୍ୟ ଖସଡ଼ାରେ ଏହି ୩ ବିଷୟ ନାହିଁ। ତେଣୁ ବାହାରୁ ଶିକ୍ଷକଙ୍କୁ ଆଣି ଏଠାରେ ଠିକା ନିଯୁକ୍ତି ଦେବା ପୂର୍ବକ ଏହି ୩ ପ୍ରମୁଖ ବିଷୟରେ ପିଲାଙ୍କୁ ଶିକ୍ଷା ଦିଆଯାଏ।

ଏହିକ୍ରମେ ଏଣିକି ଡି.ଇଡି ଶିକ୍ଷକଙ୍କ ପାରିଶ୍ରମିକ ୬ ହଜାର ବଦଳରେ ମାସିକ ୧୨ ହଜାର ହୋଇଛି। ବିଏ ଓ ବିଇଡି ଶିକ୍ଷକମାନେ ୮ ହଜାର ଟଙ୍କା ବଦଳରେ ମାସିକ ୧୮ ହଜାର ଟଙ୍କା ପାଇବେ। ସେହିପରି ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ôଥକ ବିକାଶ ନିଗମକୁ ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ରାଶିକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହି ନଗମକୁ ୭୦୦ କୋଟି ଟଙ୍କା ଦେଉଥିବା ବେଳେ ଆଜି ଏହାକୁ ୧ ହଜାର କୋଟିକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଗତ ଜୁଲାଇ ମାସରେ ବଜେଟ୍ ଉପସ୍ଥାନ ବେଳେ ମଧ୍ୟ ରାଜ୍ୟ ସରକାର ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ôଥକ ବିକାଶ ନିଗମ ପାଇଁ ଥିବା ଋଣ ଗ୍ୟାରେଣ୍ଟକୁ ୩୦ କୋଟିରୁ ୫୦୦ କୋଟିକୁ ବୃଦ୍ଧି କରିଥିଲେ। ନିଗମ ପକ୍ଷରୁ ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷାର୍ଥୀ, ଟର୍ମ ଲୋନ ଓ ମାଇକ୍ରୋ ଫାଇନାନ୍ସକୁ ଋଣ ଦେଇଥାଏ। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମୁସଲିମ ଭୋଟର କ୍ଷମତାସୀନ ସରକାର ବିରୋଧରେ ଭୋଟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଖ୍ୟାଲଘୁଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking