27.1 C
Bhubaneswar
Friday, March 27, 2026
Homeଓଡିଶା୯୧ ଅଧିକାରୀଙ୍କ ଦରମା ବନ୍ଦ

୯୧ ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ଵର: ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ୯୧ ଅଧିକାରୀଙ୍କ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ କାର୍ଯ୍ୟନୁଷ୍ଠାନ। ତାଲିକାରେ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, କଟକ ସିଡିଏମଓ, ଡିଇଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଆଠଗଡ଼ ଉପ-ଜିଲ୍ଲାପାଳ, କଟକ ସଦର ଉପ-ଜିଲ୍ଲାପାଳ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀ। ମୋଟ ୯୧ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିଏମଓରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଉଚିତ ସମୟ ଭିତରେ ଶୁଣାଣି କରିନଥିବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସିକ, ଆଠଗଡ଼ ଉପଜିଲ୍ଲାପାଳ, କଟକ ସଦର ଉପ ଜିଲ୍ଲାପାଳଙ୍କ ସମେତ ସଂଖ୍ୟାଧିକ ପୁଲିସ ଅଧିକାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ। ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିପାରିନଥିଵା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking