26.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼

ମୁମ୍ବାଇ: ଗୁରୁବାର ସକାଳେ ସୈଫ ଅଲ୍ଲୀ ଖାନଙ୍କ ମୁମ୍ବାଇ ବାସଭବନରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବାର ଖବର ମିଳିଛି। ଏହି ସମୟରେ ଘରେ ସୈଫ ଅଲ୍ଲୀ ଖାନଙ୍କ ଦ୍ବତୀୟ ପତ୍ନୀ କରୀନା କପୁର ଖାନ୍ କିମ୍ବା ପୁଅ ନଥିବା ଜଣାଯାଇଛି। ଏହି ଘଟଣା ବଲିଉଡରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପୂର୍ବରୁ ଘରେ ୪ଜଣ ଚୋରି କରିବାକୁ ପଶିଥିଲେ। ​​ଜଣେ ଚୋର ଚାକରାଣୀଙ୍କ ସହ ଝଗଡ଼ା କରୁଥିଲା। ତାପରେ ଚୋରମାନେ ସୈଫ ଅଲ୍ଲୀ ଖାନଙ୍କୁ ୩ଥର ଛୁରାମାଡ଼ କରିଥିଲେ। ଏହା ଦେଖି ଚାକରାଣୀ ବି ସୈଫ ଅଲ୍ଲୀ ଖାନଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ। ଏହାଫଳରେ ତାଙ୍କ ପିଠିରେ ସାମାନ୍ୟ ଆଘାତ ଲାଗିଥିଲା। ଏଣେ ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବର୍ତ୍ତମାନ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାନ୍ଦ୍ରା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ତେବେ କୌଣସି ସାମଗ୍ରୀ ଚୋରି କରି ନପାରି ଚୋରମାନେ ଫେରାର ହୋଇଥିବା ଜଣାଯାଇଛି। ତେବେ ଏହି ଘଟଣାଟିକୁ ସହଜ ଭାବେ ଗ୍ରହଣ କରାଯାଇପାରୁନି। କାରଣ ସୈଫ ଅଲ୍ଲୀ ଖାନଙ୍କ ଘର ସାମ୍ନାରେ ଟାଇଟ୍ ସିକ୍ୟୁରିଟି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking