34.1 C
Bhubaneswar
Friday, September 20, 2024
Homeଖେଳଆଜିଠାରୁ ସାଫ୍ ଅଣ୍ଡର-୧୭ ଚାମ୍ପିଅନ୍‌ଶିପ୍‌; ଭାରତ-ବାଂଲାଦେଶ ଉଦ୍‌ଘାଟନୀ ମ୍ୟାଚ୍‌

ଆଜିଠାରୁ ସାଫ୍ ଅଣ୍ଡର-୧୭ ଚାମ୍ପିଅନ୍‌ଶିପ୍‌; ଭାରତ-ବାଂଲାଦେଶ ଉଦ୍‌ଘାଟନୀ ମ୍ୟାଚ୍‌

ନୂଆଦିଲ୍ଲୀ :  ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଶୁକ୍ରବାର ଭୁଟାନରେ ଆରମ୍ଭ ହେବାକୁ ଥିବା ସାଫ୍ ଅଣ୍ଡର-୧୭ ଫୁଟ୍‌ବଲ୍ ଚାମ୍ପିଅନ୍‌ଶିପ୍‌ର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ମାଳଦ୍ୱୀପ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ତୃତୀୟ ଦଳ । ଭାରତ ୨୪ ତାରିଖରେ ମାଳଦ୍ୱୀପକୁ ଭେଟିବ । ଗ୍ରୁପ୍‌-ବି’ରେ ଆୟୋଜକ ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ପାକିସ୍ତାନ ସାମିଲ ଅଛନ୍ତି । ପ୍ରତ୍ୟେକ ଗ୍ରୁପ୍‌ରୁ ଶୀର୍ଷ ଦୁଇଟି ଦଳ ସେପ୍ଟେମ୍ବର ୨୮ରେ ହେବାକୁ ଥିବା ସେମିଫାଇନାଲ୍‌ରେ ପହଞ୍ଚିବେ । ଏହାପରେ ସେପ୍ଟେମ୍ବର ୩୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ୨୦୨୨ରେ ଖେଳାଯାଇଥିବା ଗତ ସିଜନ୍‌ରେ ଭାରତ ଚାମ୍ପିଅନ୍ ହୋଇଥିଲା । ଗତବର୍ଷ ଅଣ୍ଡର-୧୬ ବର୍ଗ ପାଇଁ ଟୁର୍ଣ୍ଣାମେଣ୍ଟ୍ କରାଯାଇଥିବା ବେଳେ ଏଥିରେ ମଧ୍ୟ ଭାରତ ବିଜୟୀ ହୋଇଥିଲା । ଗତବର୍ଷ ଏହି ଚାଙ୍ଗଲିମିଥାଙ୍ଗ୍ ଷ୍ଟାଡିୟମ୍‌ରେ ଟ୍ରଫି ହାସଲ କରିଥିବା ଟିମ୍‌ର ୨୩ ଜଣଙ୍କ ମଧ୍ୟରୁ ୧୬ ଖେଳାଳିଙ୍କୁ ମୁଖ୍ୟ କୋଚ୍ ଇଶଫାକ୍ ଅହମଦ ଚଳିତ ଟିମ୍‌ରେ ବଜାୟ ରଖିଛନ୍ତି । ବର୍ଷକ ତଳେ ଭାରତ ପ୍ରାରମ୍ଭିକ ମ୍ୟାଚ୍‌ରେ ବାଂଲାଦେଶକୁ ୧-୦ରେ ହରାଇଥିଲା । ଏହାପରେ ବାଂଲାଦେଶ ବିପକ୍ଷରେ ହୋଇଥିବା ଫାଇନାଲ୍‌ରେ ମଧ୍ୟ ୨-୦ରେ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking